ୟୁକ୍ରେନ ପାଇବ ୪୦୦ ମିଲିୟନ ଡଲାର ସହ ୧୦ ହଜାର ତୋପ ଗୋଳା

୧୦ ମାସରୁ ଉର୍ଦ୍ଧ ହୋଇଯିବ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ନିଜ ନିଜ ଉପରେ ଦୋଷାରୋପ କରି ଯୁଦ୍ଧ ଶେଷ ହେବାକୁ ନାଁ ଧରୁନାହାନ୍ତି ଦୁଇଦେଶ । ଉଭୟ ଦେଶର ବହୁ ସମ୍ପତି ନଷ୍ଟ ହେବା ସହିତ ନିରୀହ ଲୋକମାନେ ବଳିପଡି ଯାଉଛନ୍ତି । ଏହିସମୟରେ ନାଟୋରେ ସଦସ୍ୟ ଥିବା ରାଷ୍ଟ୍ର ମାନେ ଦେବ ଦୂତ ଭଳି ୟୁକ୍ରେନର ସାଥ ଦେଇଚାଲିଛନ୍ତି । ନିକଟରେ ହ୍ୱାଇଟ୍ ହାଉସ୍ ୟୁକ୍ରେନ ଲାଗି ୪୦୦ ମିଲିୟନ ଡଲାରର ସହାୟତା ପ୍ୟାକେଜ୍ ଘୋଷଣା କରିଛି। ଯୁଦ୍ଧ ଆରମ୍ଭରୁ ଆମେରିକା ଏପର୍ଯ୍ୟନ୍ତ ୟୁକ୍ରେନକୁ ୧୯ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଅସ୍ତ୍ରଶସ୍ତ୍ର ଓ ରକ୍ଷା ଉପକରଣ ସହାୟତା କରିଛି । ଇତି ମଧ୍ୟରେ ବ୍ରିଟେନ ମଧ୍ୟ ୟୁକ୍ରେନ ଲାଗି ସହାୟତା ପ୍ୟାକେଜ୍ ଘୋଷଣା କରିଛି । ଯେଉଁଥିରେ ଅତିରିକ୍ତ ୧୦ ହଜାର ତୋପ ଗୋଳା ସାମିଲ ରହିଛି । ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ ବେନ ୱେଲେସ୍ ବୁଧବାର ନରୱେ ଯାତ୍ରା ଅବସରରେ ଏହି ଘୋଷଣା କରିଛନ୍ତି।

Leave A Reply

Your email address will not be published.