ଶେରଗଡ଼ ବ୍ଲକ ତହଁର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ

ଶେରଗଡ଼ (ରାଜୀବ କୁମାର ପ୍ରଧାନ ): ଗଞ୍ଜାମ ର ବିଭିନ୍ନ ବ୍ଲକରେ ଗତ କିଛିମାସ ହେବ ରାଜନୈତିକ ହିଂସା ଯୋଗୁଁ ଅନେକ ମୁଣ୍ଡ ଗଡିବା ପରେ ଏମିତି ଏକ ରାଜନୈତିକ ହିଂସା କୁ ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା ଧମକ ମିଳିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଶେରଗଡ଼ ବ୍ଲକ ଅନ୍ତର୍ଗତ ତହଁର ପଞ୍ଚାୟତ ର ତହର ଗ୍ରାମର କିଛି ଯୁବକ ପୂର୍ବତନ ସରପଞ୍ଚ ଙ୍କ ବାସଭବନ କୁ ଠେଙ୍ଗା ବାଡ଼ି ଧରି ହତ୍ୟା ଧମକ କରିଥିଲେ। ପ୍ରକାଶ ଥାଉକି ଶେରଗଡ଼ ବ୍ଲକ ର ଯୁବ ବିଜେଡ଼ି ନେତା ତଥା ପୂର୍ବତନ ସରପଂଚ ଜିତେନ୍ଦ୍ର କୁମାର ମୁନି ଗତ କାଲି ରାତି ୯ ଟା ସମୟରେ ପିଣ୍ଡା ରେ ବସିଥିବା ସମୟରେ କିଛି ଅସାମାଜିକ ବ୍ୟକ୍ତି ଠେଙ୍ଗାବାଡ଼ି ଧରି ହତ୍ୟା ଧମକ ଦେବା ସହ ତାଙ୍କ ସ୍ତ୍ରୀ ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ବାସଭବନର ଗ୍ରିଲ କୁ ଭାଙ୍ଗିବା ପାଇଁ ଚେଷ୍ଟା କରିଛନ୍ତି। ଏହି ଘଟଣାର ସିସିଟିଭି ଫୁଟେଜ ଉପଲବ୍ଧ ଅଛି । ଏହି ଘଟଣା କୁ ନେଇ ଜିତେନ୍ଦ୍ର କୁମାର ମୁନି ଙ୍କ ସ୍ତ୍ରୀ ପପିନୀ ମୁନି ଆଜି ହିଞ୍ଜିଳିକାଟୁ ଥାନା ରେ ଲିଖିତ ଅଭିଯୋଗ କରିବା ସହ ନିଜ ସ୍ବାମୀ ଓ ପରିବାରର ଜୀବନ ପ୍ରତି ବିପଦ ଥିବା ରୁ ଏହାର ସୁରକ୍ଷା ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇ ନିବେଦନ କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଗଞ୍ଜାମ ଜିଲ୍ଲା ରେ ଏଣିକି ରାଜନୈତିକ ହିଂସା ବଡ଼ିବାରେ ଲାଗିଛି । ଏଣୁ ବୁଦ୍ଧିଜୀବୀ ମହଲରେ ଗଞ୍ଜାମ ଜିଲ୍ଲା ର ପୋଲିସ ପ୍ରଶାସନ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.