ବୋଲେରୋ ଧକ୍କାରେ ବୃଦ୍ଧଙ୍କ ଇହଲୀଳା ସମ୍ବରଣ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ କୋଇଡା ଥାନା ଅନ୍ତର୍ଗତ ନୂଆଗାଁ ନାଳରେ ଆଜି ସକାଳ ୭ ଘଟିକା ସମୟରେ ବୋଲେରୋ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ବାସୁଦେବ ନାଏକ । ପ୍ରତିଦିନ ଭଳି ଆଜି ସକାଳୁ ସକାଳୁ ବାସୁଦେବ ନାଳ ପାଖରେ ଦାନ୍ତ ଘସୁଥିବା ସମୟରେ ଏକ ବୋଲେରୋ JH05DM0744 ଗାଡିଟି ନାଳକୁ ଧୋଇବାକୁ ଆସିଥିବା ବେଳେ ଡ୍ରାଇଭର ଗାଡି ଠିଆ କରି ତଳକୁ ଓହ୍ଲାଇ ଥିଲେ । ଏହି ସମୟରେ ତାଙ୍କ ସହିତ ଆସିଥିବା ଏକ ସହଯୋଗୀ ଗାଡିକୁ ହଠାତ ଷ୍ଟାର୍ଟ କରି ବ୍ୟାକ କରି ନାଳ ଭିତରକୁ ନେଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ଧକ୍କା ହେବା ଦେଖି ଡ୍ରାଇଭର ଓ ତାଙ୍କ ସହଯୋଗୀ ସେଠାରୁ ଫେରାର ହୋଇଯାଇଥିଲେ । ନିକଟରେ ଥିବା ଗ୍ରାମବାସୀ ଏହା ଦେଖି ଗାଁ ଲୋକଙ୍କୁ ଡାକିଥିଲେ । ଖବର ପାଇ କୋଇଡା ପୋଲିଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଡ୍ରାଇଭର ତାର ଲାଇସେନ୍ସ ଓ ମୋବାଇଲ ଛାଡି ଯାଇଥିବା ବେଳେ ଡ୍ରାଇଭରର ନାମ ଅଜିତ ସିଙ୍କୁ, ଘର ଝାରଖଣ୍ଡ ନୂଆମୁଣ୍ଡି ଅଞ୍ଚଳର ବୋଲି ଜଣା ପଡିଛି ।

Leave A Reply

Your email address will not be published.