ଗଞ୍ଜାମ ଭଞ୍ଜନଗରରେ ନୂତନ ଏସଡିପିଓଙ୍କ ଯୋଗଦାନ

ଭଞ୍ଜନଗର (ଆଶିଷ କୁମାର ଗୌଡ଼): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରେ ନୂତନ ଏସ ଡି ପି ଓ ଭାବେ ସୁଜିତ କୁମାର ନାୟକ ଆଜି ସନ୍ଧ୍ୟାରେ ଯୋଗ ଦେଇଛନ୍ତି। ଶ୍ରୀ ନାୟକ ପୂର୍ବରୁ ଗଞ୍ଜାମ ଜିଲ୍ଲା ଚିକିଟି ରେ ଏସଡିପିଓ ଭାବେ କାର୍ଯ୍ୟ କରିଆସୁଥିଲେ।ବର୍ତମାନ ଭଞ୍ଜନଗର ଅଂଚଳରେ କିଭଳି ଭାବରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବେ ଓ ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ କିଭଳି ଭାବରେ ଶାନ୍ତି ଶୃଙ୍ଖଳାରେ କାର୍ଯ୍ୟଭାର ସମାପନ କରିବେ ସେ ନେଇ ଏକ ଆଲୋଚନା କରିଥିଲେ ।

Leave A Reply

Your email address will not be published.