ପାକିସ୍ତାନ ଛାଡି ଯାଇପାରିବେନି ଇମ୍ରାନ ଖାନ୍

ପାକିସ୍ତାନ ତେହେରିକ ଇସଲାମ ପାର୍ଟି ସୁପ୍ରିମୋ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ପତ୍ନୀ ବୁସରା ବିବି ଓ ଦଳର ୮୦ ନେତା ଦେଶ ଛାଡି ବାହାରକୁ ଯାଇପାରିବେ ନାହିଁ – ଶେହବାଜ ସରିଫଙ୍କ ପିଏମଏଲ-ଏନ ସରକାର ଏନେଇ ନିଷେଧାଦେଶ ଲାଗୁ କରିଛନ୍ତି। କୁହାଯାଇଛି ଯେ ଦେଶର ପୋଲିସ, ଜାତୀୟ ଉତ୍ତରଦାୟ ବ୍ଯୁରୋ ଓ ଦୁର୍ନୀତି ନିବାରଣ ବିଭାଗଗୁଡିକର ଅନୁରୋଧ କ୍ରମେ ଆଇନରେ ଥିବା ପ୍ରାବଧାନ ଅନୁସାରେ ଏପରି ନିଷେଧାଦେଶ ଜାରି କରାଯାଇଛି।
ପିଟିଆଇ ଦଳର ଯେଉଁ ନେତାମାନଙ୍କ ବିଦେଶ ଯାତ୍ରା ଉପରେ ରୋକ ଲଗାଯାଇଛି, ସେମାନେ ହେଲେ – ମୁରାଦ ସୟିଦ, ମାଲିକା ବୁଖାରି,ଫୟେଦ ଚୌଧୁରୀ, ହମାଦ ଆଝାର,କ୍ଵାସିମ ସୁରୀ, ଅସଦ କ୍ଵାଜର,ୟାସମିନ ରସିଦ ଓ ମିଆଁ ଅସଲାମ ପ୍ରମୁଖ।
ଉଲ୍ଲେଖଯୋଗ୍ୟ ଯେ ଇମ୍ରାନ ଖାନ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ସମୟରେ ମଧ୍ୟ ବିରୋଧୀ ଦଳ ନେତାଙ୍କ ବିରୋଧରେ ଏହିପରି ନିଷେଧାଦେଶ ଲଗାଇଥିଲେ, ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଥିବା ଶେହବାଜ ସରୀଫଙ୍କ ବିଦେଶ ଯାତ୍ରା ଉପରେ ଏପରି ରୋକ ଲଗାଯାଇଥିଲା।

Leave A Reply

Your email address will not be published.