ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ସାଇଟରେ ମା କାଳୀଙ୍କ ଆପତ୍ତିଜନକ ଛବି

ଦୁଇଦିନ ତଳେ ଗତ ରବିବାର ଦିନ ୟୁକ୍ରେନର ଉପ-ପ୍ରତିରକ୍ଷା ମନ୍ତ୍ରୀ ନିଜ ମନ୍ତ୍ରଣାଳୟ ସାଇଟରେ ହିନ୍ଦୁଦେବୀ ମା’ କାଳୀଙ୍କ ଏକ ଆପତ୍ତିଜନକ ଫଟୋ ପୋଷ୍ଟ କରିଥିଲେ, ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ଏପରି ଅପମାନଜନକ ପୋଷ୍ଟକୁ ନେଇ ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ଏହାର ଦୃଢ ପ୍ରତିବାଦ କରି କହିଥିଲେ ଯେ ଏହା ବିଶ୍ୱବ୍ୟାପୀ ହିନ୍ଦୁମାନଙ୍କ ଧର୍ମୀୟ ଭାବନା ଓ ଆସ୍ଥାକୁ ଆଘାତ ଦେଇଛି।
ଭାରତର ପ୍ରତିବାଦ ପରେ ସେହି ଫଟୋକୁ ହଟାଇ ନିଆଯାଇଛି,ୟୁକ୍ରେନର ଉପ ବୈଦେଶିକ ବ୍ଯାପାର ମନ୍ତ୍ରୀ ଇମିନ ଜାପାରୋଭା ଟ୍ୱିଟକରି ହିନ୍ଦୁ ଦେବୀଙ୍କର ଏପରି ବିକୃତ ଫଟୋ ପୋଷ୍ଟ କରାଯାଇଥିବାରୁ କ୍ଷମା ମାଗିଛନ୍ତି।

ୟୁକ୍ରେନର ଉପ ପ୍ରତିରକ୍ଷା ମନ୍ତ୍ରୀ ଏପରି ପୋଷ୍ଟ କରିଥିଲେ। ତେବେ ତାଙ୍କର ଏପରି ପୋଷ୍ଟକୁ ନେଇ ସୋଶାଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ଏପରି ଅପମାନଜନକ ପୋଷ୍ଟକୁ ନେଇ ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ଦୃଢ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଏହା ସମଗ୍ର ବିଶ୍ୱବ୍ୟାପୀ ଥିବା ହିନ୍ଦୁମାନଙ୍କ ଧର୍ମୀୟ ଭାବନା ଓ ଆସ୍ଥାକୁ ଆଘାତ ଦେଇଛି।
ଭାରତର ପ୍ରତିବାଦ ପରେ ସେହି ଫଟୋକୁ ହଟାଇ ନିଆଯାଇଛି,ୟୁକ୍ରେନର ଉପ ବିଦେଶ ମନ୍ତ୍ରୀ ଇମିନ ଜାପାରୋଭା ଟ୍ୱିଟକରି ହିନ୍ଦୁ ଦେବୀଙ୍କର ଏପରି ବିକୃତ ଫଟୋ ପୋଷ୍ଟ କରାଯାଇଥିବାରୁ କ୍ଷମା ମାଗିଛନ୍ତି।

Leave A Reply

Your email address will not be published.