ଥାନା ଉପରେ ବୋମାମାଡ : ୧୨ ମୃତ, ୪୦ ଗୁରୁତର

ପାକିସ୍ତାନରରେ ଥମୁନାହିଁ ଆତଙ୍କବାଦୀଙ୍କ ବୋମାମାଡ,ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାତରେ ଆତଙ୍କବାଦ ନିରୋଧୀ ପୋଲିସ ଥାନା ଭିତରେ ଗୋଟିଏ ପରେ ଗୋଟିଏ ବୋମା ବିସ୍ଫୋରଣ ଘଟିବା ଫଳରେ ୧୨ ପୋଲିସଙ୍କର ମୃତ୍ୟୁ ହେବା ସହିତ ୪୦ ଜଣ ଗୁରୁତର ଆହତ ହୋଇଛନ୍ତି, ପୁରା ଥାନା ଧ୍ଵସ୍ତ ବିଧ୍ଵସ୍ତ ହୋଇଯାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ୱାତ ହସ୍ପିଟାଲ ଭର୍ତ୍ତି କରାଯାଇଛି।

ଏହି ବିସ୍ଫୋରଣ ପଛରେ ପାକିସ୍ତାନର ତାଲିବାନୀ ସଂଗଠନ ଟିଟିପିର ହାତଥିବା ସନ୍ଦେହ କରାଯାଉଛି। ଗତ କିଛିଦିନ ଧରି ଟିଟିପି ପକ୍ଷରୁ ପାକିସ୍ତାନୀ ସେନା ଓ ପୋଲିସ ଉପରେ ବୋମାହାମଲା ଜାରି ରହିଛି।

Leave A Reply

Your email address will not be published.