ଯୋଗୀଙ୍କୁ ହତ୍ୟା ଧମକ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା ଧମକ ଦେଇଛି କେହିଜଣେ ଅଜଣା ବ୍ଯକ୍ତି, ୧୧୨ ପୋଲିସ ହେଲ୍ଫ ଲାଇନକୁ ମେସେଜ କରି ଦେଇଛି ଜୀବନରୁ ମାରି ଦେବାର ଧମକ । ରାଜ୍ୟ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଉତ୍ତର ପ୍ରଦେଶ ସ୍ପେସାଲ ଟାସ୍କଫୋର୍ସ ମଧ୍ଯ ଘଟଣାର ଖୋଳତାଡ଼ କରୁଛି।
ପ୍ରାପ୍ତ ସୂଚନାରୁ ଜାଣିବାକୁ ମିଳିଛି ଯେ ରାଜ୍ୟ ପୋଲିସ ହେଲ୍ସଲାଇନର ସୋସିଆଲ ମିଡିଆ ହ୍ୱାଟ୍ସଆପ ଡେସ୍କକୁ ୨୩ ତାରିଖ ସଂଧ୍ୟା ୮.୨୨ ମିନିଟ ସମୟରେ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲା, ଏହି ମେସେଜରେ ‘ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଖୁବ୍‌ ଶୀଘ୍ର ମାରିଦେବି’ ବୋଲି ଲେଖାଥିଲା।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ମିଳିବା କିଛି ନୂଆକଥା ନୁହେଁ, ଗତ ଏପ୍ରିଲ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଇ-ମେଲ ଯୋଗେ ମିଳିଥିବା ହତ୍ୟା ଧମକ ଘଟଣାରେ ପୋଲିସ ବିହାରର ଜଣେ ନାବାଳକଙ୍କୁ ବାନ୍ଧିଥିଲା, ନାବାଳକଜଣକ ଲକ୍ଷ୍ନୌର ଚିନହାଟ ଅଞ୍ଚଳରୁ ଧରା ପଡିଥିଲା।
ପୂର୍ବରୁ ୨୦୨୨ ଅପ୍ରେଲ ମାସରେ ମଧ୍ୟ ଯୋଗୀଙ୍କୁ ୧୧୨ ହ୍ଵାଟ୍ସଆପ ଡେସ୍କରେ ହତ୍ୟା ଧମକ ମିଳିଥିଲା। ଘଟଣାର ତଦନ୍ତ କରି ଲକ୍ଷ୍ନୌ ସାଇବର ସେଲ ରାଜସ୍ଥାନର ଜଣେ ଯୁବକଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ଲକ୍ଷ୍ନୌର ଦେବେନ୍ଦ୍ର ତିୱାରୀ ନାମକ ଯୁବକଙ୍କ ଘରୁ ପୋଲିସ ଏକ ବ୍ଯାଗ ଜବତ କରିଥିଲା, ବ୍ଯାଗ ଭିତରେ ଥିଲା ଏକ ଧମକପୂର୍ଣ୍ଣ ଚିଠି, ସେଥିରେ ଲେଖିଥିଲା – “ଅନ୍ୟମାନଙ୍କ ବେକ କାଟିଛି, ହେଲେ ଯୋଗୀ ଓ ଦେବେନ୍ଦ୍ରଙ୍କୁ ବୋମା ପକାଇ ଉଡ଼ାଇ ଦେବି !”

Leave A Reply

Your email address will not be published.