କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟରକୁ ଗୁଳିମାରି ଉଡାଇଦେଲା ଛଦ୍ମବେଶୀ ଦୁର୍ବୃତ୍ତ

ଉତ୍ତର ପ୍ରଦେଶର ଲକ୍ଷ୍ନୌ କୋର୍ଟ ଭିତରେ ଜଣେ ଗ୍ୟାଙ୍ଗଷ୍ଟରକୁ ଗୁଳିକରି ହତ୍ୟା କରାଯାଇଛି। ଓକିଲ ପୋଷାକରେ ଆସି କେହିଜଣେ ଦୁର୍ବୃତ୍ତ କୋର୍ଟ ପରିସରରେ ଏହି ହତ୍ୟାକାଣ୍ଡ ଘଟାଇଛି। ମୃତକ ଗ୍ୟାଙ୍ଗଷ୍ଟର ସଂଜୀବ ଜୀବା ବୋଲି ପୋଲିସ ପକ୍ଷରୁ କୁହାଯାଇଛି, ଜୀବା ମୁଖତାର ଅନସାରୀର ନିକଟତର ବୋଲି କୁହାଯାଇଛି, ବ୍ରହ୍ମାନନ୍ଦ ଦ୍ୱିବେଦୀ ହତ୍ୟାକାଣ୍ଡରେ ସେ ଅଭିଯୁକ୍ତ ଥିଲା । ଏହି ଗୁଳିମାଡ ଘଟଣାରେ ଏକ ଛୋଟ ପିଲାଦେହରେ ମଧ୍ୟ ଗୁଳି ବାଜିଥିଲା ଓ ଚିକିତ୍ସାଧୀନ ଅବସ୍ଥାରେ ପିଲାଟିର ମଧ୍ୟ ମୃତ୍ୟୁ ହୋଇଛି ।

କୋର୍ଟ ପରିସରରେ ଏଭଳି ଗୁଳିକାଣ୍ଡ ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.