ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ୍ସ ଦ୍ଵାରା ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡିଛି ଯେ ୨୦୨୧-୨୨ ବର୍ଷରେ ଆଞ୍ଚଳିକ ରାଜନୈତିକ ଦଳଗୁଡିକ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତିକୁ ( ୫ ଅକ୍ଟୋବର ୨୦୨୨ ପୂର୍ବରୁ ଏହାର ନାମ ଥିଲା ତେଲେଙ୍ଗାନା ରାଷ୍ଟ୍ର ସମିତି – ଟିଆରଏସ) ସବୁଠୁ ଅଧିକ ୪୦ କୋଟି ୯୦ ଲକ୍ଷ ଟଙ୍କା ଚାନ୍ଦା ମିଳିଛି। ବିଗତ ଆର୍ଥିକ ବର୍ଷରେ ଓଡିଶାରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳକୁ କୌଣସି ଚାନ୍ଦା ମିଳିନାହିଁ।
ଉଲ୍ଲେଖଯୋଗ୍ୟ ଯେ ୨୦୨୧ – ୨୨ ବର୍ଷରେ ବିଜେପିକୁ ୬୧୪ କୋଟି ଟଙ୍କା ଓ କଂଗ୍ରେସକୁ ୯୫ କୋଟି ଟଙ୍କା ଚାନ୍ଦା ମିଳିଛି ବୋଲି ଏଡିଆର ରିପୋର୍ଟରେ ଦର୍ଶାଯାଇଛି ।

Prev Post