ଏକ ଅକେଲା ସବପେ ଭାରି : ଖେଡା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହଙ୍ଗା ସୌକ ଉପରେ କଟାକ୍ଷ କଲେ କଂଗ୍ରେସର ଜାତୀୟ ପ୍ରବକ୍ତା ପବନ ଖେଡା ! ସେ କହିଲେ ଯେ ମୋଦିଜୀଙ୍କ ମହଙ୍ଗା ଗାଡ଼ି ମହଙ୍ଗା ବିମାନ ମହଙ୍ଗା ଡ୍ରେସ ମହଙ୍ଗା ଚଷମା ମହଙ୍ଗା କଲମ ମହଙ୍ଗା ଛତୁ ବିଷୟରେ ଯେପରି ଚର୍ଚ୍ଚା ହେଉଛି, ତାହା ପୂର୍ବର କୌଣସି ପ୍ରଧାନମନ୍ତ୍ରୀଙ୍କ ବାବଦରେ ହୋଇନଥିଲା !

ପ୍ରଧାନମନ୍ତ୍ରୀଙ୍କ ମହଙ୍ଗା ସୌକ ଦେଶପାଇଁ ବହୁତ ମହଙ୍ଗା ପଡୁଛି ବୋଲି ବୋଲି ଶ୍ଳେଷକରି ଶ୍ରୀ ଖେଡା କହିଲେ ଯେ ରାଫେଲ ଚୁକ୍ତିନାମାରେ ମୋଦିଜୀ ଯେପରି ଭାବେ ନିଜର ମହଙ୍ଗା ସୌକ ପୁରଣ କରିଥିଲେ, ସେହି ଏକା ପ୍ରକାର ମହଙ୍ଗା ସୌକ ସେ ପୁରଣ କରିଛନ୍ତି ଦେଶର ଟଙ୍କା ବିନିମୟରେ ପ୍ରିଡେଟର ଡ୍ରୋନ ଖରିଦ ଚୁକ୍ତିରେ ! ଏହି ଡ୍ରୋନକୁ ଅନ୍ୟଦେଶମାନେ ଯେତିକି ଦରରେ ଖରିଦ କରିଛନ୍ତି, ଆମ ମହଙ୍ଗା-ସୌକିନ ରଇଜ୍ ପ୍ରଧାନମନ୍ତ୍ରୀ ସେହି ଡ୍ରୋନକୁ ୪ ଗୁଣ ଅଧିକ ଦରରେ ଖରିଦ କରିବାକୁ ଚୁକ୍ତି କରିଛନ୍ତି। ଏଥିରେ ବିସ୍ମୟ ପ୍ରକଟ କରି ଖେଡା କହିଛନ୍ତି ଯେ ଏଥିପାଇଁ କ୍ଯାବିନେଟ କମିଟି ଫର ସିକ୍ଯୁରିଟିର ମଞ୍ଜୁରି ନିଆଯାଇ ନାହିଁ।

ନିଜକୁ ଏକ ଅକେଲା ସବପେ ଭାରି ଦର୍ଶାଇବାକୁ ଯାଇ ପ୍ରଧାନମନ୍ତ୍ରୀ ଯେଭଳି ଭାବେ ଏହି ଚୁକ୍ତି କରିଛନ୍ତି, ସେଥିରୁ ତାଙ୍କର ଏକଛତ୍ରବାଦୀ ମନୋବୃତ୍ତି ଜଳଜଳ ହୋଇ ଦିଶୁଛି !

Leave A Reply

Your email address will not be published.