ଭୁବନେଶ୍ୱରରେ ଛିନତାଇ : ବାଲେଶ୍ୱର ଏସପିଙ୍କ ମା’ଙ୍କ ବେକରୁ ସୁନାହାର ଛିଡାଇ ନେଇ ପାର୍ 

ଭୁବନେଶ୍ୱରରେ ପୁଣି ମାତିଲେଣି ଛିନତାଇ ଗ୍ୟାଙ୍ଗ। ଗତକାଲି ରାତିରେ 2 ଦୁର୍ବୁତ୍ତଙ୍କ ଶିକାର ହୋଇଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥଙ୍କ ମା। ଭରତପୁର ଥାନା ଅନ୍ତର୍ଗତ ସତ୍ୟସାଇ ଏନକ୍ଳେଭରୁ ଜଣେ ସମ୍ପର୍କୀୟ ଘରୁ ଫେରିବା ବାଟରେ ଘଟିଛି ଏହି ଘଟଣା, ସାଗରିକାଙ୍କ ବାପା ଗାଡି ଡ୍ରାଇଭ କରୁଥିବା ବେଳେ ତାଙ୍କ ପାଖରେ ବସିଥିଲେ ତାଙ୍କ ପତ୍ନୀ। ହଠାତ 2 ଜଣ ବାଇକ ଆରୋହୀ ତାଙ୍କ ଗାଡିକୁ ଅଟକାଇ ଏକ ନିଦ୍ଧିଷ୍ଟ ଯାଗାର ଠିକଣା ପଚାରିଥିଲେ। ସାଗରୀକଙ୍କ ମା ଗାଡିର କାଚ ତଳକୁ କରି ବାଇକ ଆରୋହୀ ଜଣଙ୍କ ସାଙ୍ଗରେ କଥା ହେଉଥିବା ବେଳେ ଦୁର୍ବୁତ୍ତ ଜଣକ ତାଙ୍କ ବେକରୁ ସୁନାହାର ଛିଡ଼ାଇ ନେଇଥିଲା ଓ ଷ୍ଟାର୍ଟରେ ଥିବା ବାଇକରେ ବସି ଅନ୍ୟ।ସହଯୋଗୀ ସହ ପଳାଇଥିଲା।ସାଗରୀକଙ୍କ ବାପା ତୁରନ୍ତ ଗାଡି ଚଳାଇ 2 ଦୁର୍ବୁତ୍ତଙ୍କ ପିଛା କରିଥିଲେ। ଧରାପଡିଯିବା ଭୟରେ ଦୁର୍ବୁତ୍ତ ଦୁଇଜଣ ବାଇକକୁ ଫୋପାଡ଼ି ଦେଇ ପାଖ ବୁଦି ବୁଦିକା ଜଙ୍ଗଲ ରାସ୍ତାରେ ଦୌଡ଼ି ଦୌଡ଼ି ଫେରାର ହୋଇଯାଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି , ଜବତ ହୋଇଥିବା ବାଇକଟି ମଧ୍ୟ ଏକ ଚୋରା ଗାଡି ବୋଲି ପୋଲିସ କହିଛି।

Leave A Reply

Your email address will not be published.