ସିଦ୍ଧାନ୍ତ ମହାପାତ୍ର ଗୁଡ଼ ସମରିଟାନ 

ସଡକ ଦୁର୍ଘଟଣାରେ ଗୁରୁତର ଆହତ ଜଣେ ମୋଟର ସାଇକେଲ ଆରୋହୀଙ୍କ ଜୀବନ ରକ୍ଷା କରିଥିବାରୁ ରାଜ୍ୟ ପରିବହନ ଅଥରିଟି ପକ୍ଷରୁ ପୂର୍ବତନ ବିଜେଡି ସାଂସଦ ଓ ପ୍ରଖ୍ୟାତ ଚଳଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି। ଗତକାଲି ଅପରାହ୍ନ 2ଟା ସମୟରେ କଟକ – ଭୁବନେଶ୍ୱର ରାସ୍ତାର ପାହାଳ ନିକଟରେ ଏକ ପିକଅପ ଭ୍ୟାନ ମଦନ ସ୍ୱାଇଁ ନାମକ ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା, ସେତେବେଳେ ସେହି ରାସ୍ତାରେ ଯାଉଥିବା ଶ୍ରୀ ମହାପାତ୍ର ନିଜ ଗାଡି ଅଟକାଇ ମଦନଙ୍କୁ ଉଦ୍ଧାର କରି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଆଣି ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ, ଶ୍ରୀ ସ୍ୱାଇଁଙ୍କ ପରିବାର ଲୋକଙ୍କହସ୍ପିଟାଲରେ ପହଞ୍ଚିବା ପର୍ଯ୍ୟନ୍ତ ଶ୍ରୀ ମହାପାତ୍ର ସେଠାରେ ଅପେକ୍ଷା କରି ରହିଥିଲେ। ଅଭିନେତା ଶ୍ରୀ ମହାପାତ୍ରଙ୍କ ଏପରି ମାନବିକ ସମ୍ବେଦନାପୁର୍ଣ୍ଣ କାର୍ଯ୍ୟପାଇଁ ଆଜି ତାଙ୍କୁ ଏସଟିଏ ପକ୍ଷରୁ ସମ୍ମାନିତ କରାଯାଇଛି

Leave A Reply

Your email address will not be published.