ବିଷାକ୍ତ କ୍ଷୀର ଖାଇ ବୃଦ୍ଧା ମୃତ : 15 ଅସୁସ୍ଥ 

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ତଳକୁରୁଣିଆ ଓ ଅଥିଲାବାଜ ଗାଁର 15ଜଣ ବ୍ୟକ୍ତି ବିଷାକ୍ତ କ୍ଷୀର ଖାଇ ଗୁରୁତର ହୋଇଥିବା ବେଳେ ଜଣେ 63 ବର୍ଷ ବୟସ୍କା ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ବୃଦ୍ଧାଙ୍କ ନାମ ନୀଳମଣି ସାହୁ ବୋଲି ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି | ଗତକାଲି ଏକ ଧାର୍ମିକ କାର୍ଯ୍ୟକ୍ରମରେ ପ୍ରସାଦରେ କ୍ଷୀର ଖାଇବା ଫଳରେ ଏଭଳି ଘଟିଛି । 15 ଅସୁସ୍ଥ ବ୍ୟକ୍ତିଙ୍କୁ ସ୍ଥାନୀୟ ଗୋପାଳପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ 2 ଗୁରୁତର ଅସୁସ୍ଥଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.