କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଏମଓଇଉ 

ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ପ୍ରଶମନ କ୍ଷେତ୍ରରେ ସରକାରୀ କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏବଂ ଓଡିଶା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଓସଡମା) ଓ ଓଡିଶା ରାଜ୍ଯ ମୁକ୍ତାଙ୍ଗନ ବିଶ୍ଵବିଦ୍ୟାଳୟ(ଓଏସଓଇଉ) ମଧ୍ୟରେ ଏହି ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଏଥିପାଇଁ ଅନୁଷ୍ଠିତ ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ଯସାଚୀ ନାୟକ ଓ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ରିଲିଫ କମିଶନର ଓ ଅତିରିକ୍ତ ମୁଖ୍ୟ ସଚିବ ସତ୍ଯବ୍ରତ ସାହୁ ଏବଂ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରଓ୍ଵାଲ ଉପସ୍ଥିତ ଥିଲେ।

ଏହି ବୁଝାମଣା ଫଳସ୍ଵରୂପ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସାଭାଜନ ହୋଇଥିବା ଓଡିଶା ସରକାର ଆଗାମୀ ଦିନରେ ଏଦିଗରେ ଅଧିକରୁ ଅଧିକ ସଫଳତା ହାସଲ କରିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି !

Leave A Reply

Your email address will not be published.