ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ସଂଜୀବ କୁମାର ପାଢୀ : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଟାଙ୍ଗରପାଲି ବ୍ଲକର ଯୋଗୀମାଲ ପଞ୍ଚାୟତ ଅନ୍ତର୍ଗତ ସରଧାପାଲି ଯଶୋଦା ବିଷ୍ଣୁ ଡିଗ୍ରୀ ମହାବିଦ୍ୟାଳୟର ୟା ଆର ସି ଏବଂ ଏନ ସି ସି ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ବନ ମହୋତ୍ସବ ପାଳିତ ହୋଇ ଯାଇଛି l ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ପଟେଲଙ୍କ ପରାମର୍ଶ ଏବଂ ୟା ଆର ସି କାଉନସିଲର ନିର୍ମଳ ବରିହାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ଛାତ୍ର ଛାତ୍ରୀ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ଗୁଡ଼ିକ ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ l ତତପରେ ସମସ୍ତେ ଗୋଟିଏ ଲେଖlଏଁ ଚାରl ବୃକ୍ଷ ରୋପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଯଥା ଜଗନ୍ନାଥ ଠାକୁର, କୁଞ୍ଜ ବିହାରି ସାହୁ, ପ୍ରତିମା ନାୟକ, କବିତା ଚୌଧୁରୀ, ସ୍ନିଗ୍ଧlରlଣି ପଟେଲ, ବର୍ଷା ନାଏକ, ସୁଶ୍ରୀ ପଟେଲ ଯୋଗେଶ୍ୱର ନାଏକ ଦେବେନ୍ଦ୍ର ପଟେଲ ପ୍ରମୁଖ ଯୋଗଦାନ କରି ଆନ୍ତରିକତାର ସହିତ ସହଯୋଗ କରିଥିଲେ l

Leave A Reply

Your email address will not be published.