ପଞ୍ଚମ କନିଷ୍ଠ ଜାତୀୟ ସ୍ତରୀୟ ବାଳକ ବକ୍ସିଂ ପ୍ରତିଯୋଗିତା ପାଇଁ ଅରୁଣାଚଳ ପ୍ରଦେଶ ଯାତ୍ରା

ସଂଜୀବ କୁମାର ପାଢୀ : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଟlଙ୍ଗରପାଲି ବ୍ଲକ ନିଆଲିପlଳି ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କଦଳିମୁଣ୍ଡା ଗ୍ରାମର ହଦୋ ମୁଣ୍ଡା ଓ ସରୋଜିନୀ ମୁଣ୍ଡାଙ୍କ ଏକ ମାତ୍ର ପୁତ୍ର ଆୟୁଷ ମୁଣ୍ଡା ଏବଂ ଝିଅ ପରୀ ମୁଣ୍ଡା l ଝିଅ ନିଜ ଗ୍ରାମରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ବେଳେ ପୁଅ ଲବଣୀଧର ସରକାରୀ ଉଚ୍ଚ ବିଦ୍ୟାଳୟ ନିଆଲିପlଳିରେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି l ସୁନ୍ଦରଗଡ଼ ଜିଲ୍ଲାର ଯୋଗୀମାଳ ଅଞ୍ଚଳରେ ଥିବା ଏକ ଅଗ୍ରଣୀ ଅନୁଷ୍ଠାନ ଜନ ସେବା ସମିତିକୁ ଆୟୁଷ ପ୍ରତ୍ୟେକ ଦିନ ଯାଇ ସୁଦକ୍ଷ କୋଚ୍ ମାନଙ୍କ ଠାରୁ ତାଲିମ ନେଉଛନ୍ତି l ସେ ପ୍ରତ୍ୟେକ ବର୍ଷ ଜିଲ୍ଲା ସ୍ତରୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି l ଏ ବର୍ଷ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରକୁ ଚୟନ ହୋଇଥିଲେ l ତାପରେ ଗତ ୨୪/୨୫ ତାରିଖ ଦୁଇ ଦିନ ଧରି ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଚୟନ ପ୍ରତିଯୋଗିତାରେ ୮୦ କେଜିରୁ ଉର୍ଦ୍ଧ ବର୍ଗରେ ଚୟନ ହୋଇ ଓଡ଼ିଶା ରାଜ୍ୟ ତରଫରୁ ବୁଧବାର ସକାଳେ ଭୁବନେଶ୍ୱରରୁ ଅରୁଣାଚଳ ପ୍ରଦେଶ ଯାତ୍ରା କରିବେ l ଅରୁଣାଚଳ ପ୍ରଦେଶର ଇଟାନଗରରେ ପଞ୍ଚମ କନିଷ୍ଠ ଜାତୀୟ ସ୍ତରୀୟ ବାଳକ ବକ୍ସିଂ ପ୍ରତିଯୋଗିତା ଜୁଲାଇ ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ l ଜାତୀୟସ୍ତରରେ ଭାଗ ନେବା ଜାଣି ଖୁସି ହୋଇ ତାଙ୍କ ବିଦ୍ୟାଳୟ ତରଫରୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ବିଦ୍ୟାଳୟର ଭlରପ୍ରlପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଟେଲ, ତପସ୍ଵିନୀ ତନ୍ତୀ, କୁମୁଦିନୀ ତଣ୍ଡିଆ, ନରେନ୍ଦ୍ର କାଲୋ, ଜ୍ୟୋତି ଜ୍ୟୋସ୍ନା ପଟେଲ, ରଶ୍ମି ପଟେଲ, ରଞ୍ଜୁ ହୋତା, ସୁଭଦ୍ରା ସିଂ, ବଳିଷ୍ଠ ବଞ୍ଛୋର, ଲଲାଟ ବାଦି ଓ ଛାତ୍ର ଛାତ୍ରୀଙ୍କ ସହ ସୁନ୍ଦରଗଡ଼ ଜିଲ୍ଲା ଅlମେଚର ବକ୍ସିଂ ସଂଘ ଓ ଜନ ସେବା ସମିତି ଯୋଗିମାଲର ସମସ୍ତ ସଭ୍ୟ ସଭ୍ୟା ଶୁଭେଚ୍ଛା ଜଣାଇଛନ୍ତି

Leave A Reply

Your email address will not be published.