ଖେଳ ଖେଳିଲେ କି’ ଶାହା : ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରୁ ଅଲଗା ହେଲେ ସାକ୍ଷୀ ମଲ୍ଲିକ

ଶନିବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା ପରେ ମହିଳା କୁସ୍ତିଯୋଦ୍ଧା ମାନଙ୍କ ଆନ୍ଦୋଳନରୁ ନିଜକୁ ଅଲଗା କରିନେଇଛନ୍ତି ସାକ୍ଷୀ ମଲ୍ଲିକ । ଆଲୋଚନାରେ ସାକ୍ଷୀଙ୍କ ବ୍ୟତୀତ ବଜରଙ୍ଗ ପୁନିଆ ଓ ଦୀନେଶ ଫୋଗାତ ମଧ୍ୟ ଉପସ୍ଥିତ ଥିଲେ । ଅଭିଯୋଗର ଯାଞ୍ଚ ହେଁ ଓ ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଶାହା ସେମାନଙ୍କୁ ଆଶ୍ୱାସନା ଦେଇଥିଲେ । ଏହାପରେ ସାକ୍ଷୀ ମଲ୍ଲିକ ମହିଳା କୁସ୍ତିଯୋଦ୍ଧାଙ୍କ ଧାରଣାରୁ ନିଜକୁ ଅଲଗା କରିନେଇଥିଲେ ଓ ଉତ୍ତର ରେଳାବାଇରେ ନିଜ ଚାକିରୀରେ ଯୋଗ ଦେଇଛନ୍ତି । ଏହାକୁ ନେଇ ପୁନିଆ, ଫୋଗାତ ଓ ଅନ୍ୟ ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ, ସେମାନଙ୍କ ଆନ୍ଦୋଳନକୁ ଝଟକା ଲାଗିଛି ବୋଲି କୁହାଯାଉଛି ।

Leave A Reply

Your email address will not be published.