ଫଲକନାମା ଏକ୍ସପ୍ରେସରେ ଲାଗିଲା ନିଆଁ:ଜଳିଗଲା ୩ ବଗି

ଏବେ ରେଳ ଦୁର୍ଘଟଣା ଏକ ଧାରାବାହିକ ଘଟଣାରେ ପରିଣତ ହୋଇଛି, ପୂର୍ବରୁ ସବୁଠାରୁ ନିରାପଦ ଓ ସୁଗମ ମନେ ହେଉଥିବା ରେଳଯାତ୍ରା ସମ୍ପ୍ରତି ସବୁଠୁ ଅଧିକ ବିପଦସଂକୁଳ ମନେ କରାଯାଉଛି ! ଗତ କିଛିଦିନ ଧରି କ୍ରମାଗତ ଭାବେ ଘଟୁଥିବା ରେଳଦୁର୍ଘଟଣା ପର୍ଯ୍ୟାୟରେ ଆଜି ଯୋଡି ହୋଇଯାଇଛି ଆଉ ଏକ ଭୟାବହ ଦୁର୍ଘଟଣା।
ହାୱଡ଼ା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସରେ ଆଜି ବିଶାଖାପାଟଣାର ପାଗଡିପାଲି-ବୋମାଇପାଲି ନାମକ ଏକ ଅଗମ୍ଯ ସ୍ଥାନରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ ! ଟ୍ରେନର S-4, S-5 ଓ S-6 – ଏହି ତିନୋଟି ବଗିରେ ନିଆଁ ଲାଗିଯାଇଥିବା କଥା ରେଳବାଇ ସୂତ୍ରରୁ ଜଣାପଡିଛି, ଏଥିରେ ଯାତ୍ରୀମାନଙ୍କର କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଭୟଭୀତ ଅବସ୍ଥାରେ ଯାତ୍ରୀମାନେ ତୁରନ୍ତ ଟ୍ରେନରୁ ଓହ୍ଲାଇ ପଡିଥିବା ହେତୁ ସେମାନଙ୍କ ଜୀବନ ବଞ୍ଚି ଯାଇଛି, ମାତ୍ର ସେମାନଙ୍କର ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ପ୍ରବଳ ଧୂଆଁ ବାହାରିବା ଯୋଗୁ ଅଗ୍ନିଶମ ବାହିନୀଙ୍କୁ ନିଆଁକୁ ଆୟତ କରିବା ପାଇଁ ଅସୁବିଧା ହୋଇଥିଲା,ତଥାପି ସେମାନେ ନିଆଁକୁ ଆୟତ୍ତ କରିବା କାମରେ ଲାଗିପଡିଛନ୍ତି।  ରେଳବାଇର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି, ନିଆଁ ଲାଗିବାର କାରଣ ଜଣା ପଡିନାହିଁ

 

Leave A Reply

Your email address will not be published.