ପିଡିଏସ୍ ଚାଉଳ ଓଜନରେ ଠକେଇ : କୋଟି କୋଟି ଟଙ୍କାର ଘୋଟାଲା

ସଂଜୀବ କୁମାର ପାଢୀ : ସରକାରଙ୍କ ପିଡିଏସ୍ ଚାଉଳ ଓଜନରେ ହେରାଫେରି ହେଉଥିବାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛିା ଏହାଦ୍ୱାରା କୋଟି କୋଟି ଟଙ୍କାର ରାଜସ୍ୱ ଲୁଟ୍ ହେଉଥିବା ସ୍ପଷ୍ଟ ହୋଇଛିା କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଗରିବ ଲୋକଙ୍କ ପାଇଁ ମାଗଣାରେ ଚାଉଳ ଯୋଗାଇ ଦେଉଥିବା ବେଳେ ଏହାକୁ ରାଜ୍ୟ ସରକାର, ଯୋଗାଣ ଅଧିକାରୀ, ଚାଉଳ ଯୋଗାଣ ଠିକାଦାର, ପରିବହନ ଠିକାଦାର ସମସ୍ତେ ମିଳିମିଶି ଜିଲ୍ଲାରେ କୋଟି କୋଟି ଟଙ୍କାର ଘୋଟାଲା ହେଉଛି ଜିଲ୍ଲା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛିା ଏଥିସହ ଏହି ଦୁର୍ନୀତିରେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ନିମ୍ନୋକ୍ତ ଘଟଣାରୁ ଜଣାପଡୁଛି ବୋଲି ଭାଜପା ରାଜ୍ୟ ମୁଖପାତ୍ର ଧିରେନ ସେନାପତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିା ମିଲର୍ସମାନଙ୍କ ଠାରୁ ପିଡିଏସ୍ ଚାଉଳ ବୋଝେଇ କରି ୨/୩ଟି ଟ୍ରକରୁ ୨ଟିର ନମ୍ବର ଓଆର୍ ୧୪ଏମ୍ ୪୨୪୪ ଓ ଓଆର୍ ୧୪ପି ୭୩୧୫ ରାଉରକେଲାକୁ ଆସିଥିଲ।। ମାତ୍ର ଏହି ଟ୍ରକ୍ ଗୁଡିକ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେରେ ଥିବା ଇଣ୍ଡଷ୍ଟ୍ରିଆଲ ୱେ ବ୍ରିଜ ନାମକ ଏକ ଘରୋଇ ଓଜନ ସଂସ୍ଥାକୁ ଓଜନ ପାଇଁ ଯାଉଥିଲା । ଏହି ସମୟରେ ଶ୍ରୀ ସେନାପତି କୌଣସି ଏକ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସେହି ରାସ୍ତାଦେଇ ଯାଉଥିଲୋ ତାଙ୍କର ପିଡିଏସ୍ ଚାଉଳ ବୋଝେଇ ଗାଡିଗୁଡିକ ଉପରେ ନଜର ପଡିଥିଲା । ତେବେ ସେମାନଙ୍କ ଗତିବିଧିରେ ସନ୍ଦେହ ହେବାରୁ ସେ ଗାଡିଗୁଡିକର ପିଛା କରିଥିଲୋ ଶ୍ରୀ ସେନାପତି ସେଠାରେ ପହଞ୍ଚିବା ପୂର୍ବରୁ କେତେକ ରିଟେଲର ଦୋକାନୀ ସେଠାରେ ଅପେକ୍ଷା କରି ରହିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନିଜ ଗାଡିରେ ଚାଉଳ ଓଜନ କରି ଲୋଡିଂ କରୁଥିବା ବେଳେ ଅନ୍ୟ କେତେକ ରିଟେଲର ସେଠାରେ ଅପେକ୍ଷାରତ ଥିଲୋ ଚାଉଳ ବୋଝେଇ ଗାଡିଗୁଡିକ ନିକଟରେ ପହଞ୍ଚିବାରୁ ଶ୍ରୀ ସେନାପତି ପଚାରିଲେ ଯେ ଏହି ଗାଡିଗୁଡିକ କେଉଁଠାରୁ ଆସିଛି ଓ କେଉଁଠାକୁ ଯିବ? ମାତ୍ର ଶ୍ରୀ ସେନାପତିଙ୍କ ଉତ୍ତର ଦେବାକୁ ସେଠାରେ କୌଣସି ସରକାରୀ କର୍ମଚାରୀ ନ ଥିଲେ । ଗାଡି ଚାଳକଙ୍କ ଠାରୁ କେବଳ ଏତିକି ଜାଣିପାରିଲେ ଯେ ଏହି ଗାଡିଗୁଡିକ ମିଲର୍ସମାନଙ୍କ ଠାରୁ ପିଡିଏସ୍ ଚାଉଳ ବୋଝେଇ କରି ଏଫସିଆଇ ଗୋଦାମ ଅଭିମୁଖେ ବାହାରିଛିା ଶ୍ରୀ ସେନାପତି କୌତୁହଳ ବଶତଃ କହିଲେ ଯେ ଗାଡିଗୁଡିକ ଗୋଦାମକୁ ନ ଯାଇ ଏଠାକୁ କାହିଁକି ଆସିଛି? ଗାଡି ଚାଳକ କହିଲେ ଏଠାରେ ଓଜନ ହେବା ପରେ ଗୋଦାମକୁ ଯିବା ଏଠାରେ ପ୍ରଶ୍ନଉଠୁଛି ଯେ, ଏକ ସାଧାରଣ କଣ୍ଟାରେ କାହିଁକି ସରକାରୀ ଚାଉଳ ଓଜନ କରାଯିବ? ଗାଡି ଚାଳକ କହିଲେ ଏହି କଣ୍ଟା ସରକାରଙ୍କ ସ୍ୱୀକୃତି ଲାଭ କରିଛି, ତେଣୁ ଏଠାରେ ଓଜନ କରାଯିବା ଆହୁରି କୌତୁଳର ବିଷୟ ଯେ, ଏହି ଘରୋଇ ଇଲେକ୍ଟ୍ରୋନିକ୍ସ ଓଜନ ମେସିନ ଲାଗିଛି ଅଥଚ ଓଜନର କୌଣସି ବିଲ୍ ପ୍ରିଣ୍ଟ ବାହାରୁ ନାହିଁ । ଏହି ଓଜନର ବିଲ୍ ବା ଚାଲାଣ ମାନୁଆଲ ଭାବେ ହାତରେ କଟାଯାଉଛିା ଆଉ ଏହି ଚାଲାଣ କାର ଜଣେ ଠିକା ଶ୍ରମିକ ହାତରେ ଲେଖିି ଦେଇଥିଲେ, ଯାହାକି ଶ୍ରୀ ସେନାପତିଙ୍କ ସନ୍ଦେହକୁ ଦ୍ୱିଗୁଣିତ କରିଥିଲା । କାହିଁକି ନା ଏହି କଣ୍ଟାରେ ଓଜନ ସମୟରେ ଯୋଗାଣ ବିଭାଗର କୌଣସି ଅଧିକାରୀ ବା କର୍ମଚାରୀ ଓଜନର ସଠିକ୍ ପରିମାଣ ତଦାରଖ ନିମନ୍ତେ ଉପସ୍ଥିତ ନ ଥିଲେ । ଏହାଦ୍ୱାରା ଓଜନରେ କମ୍ ବେଶୀ ପରିମାଣ ଦର୍ଶାଯାଇ ଦୁର୍ନୀତି କରାଯାଇପାରିବ । ତେବେ ଏ ସମ୍ପର୍କରେ ଶ୍ରୀ ସେନାପତି ଯୋଗାଣ ବିଭାଗର ଜଣେ ଇନିସ୍‌ପେକ୍ଟରଙ୍କୁ ପଚାରିବାରୁ ସେ ନୀରବ ରହିଥିଲେ । ପରେ ରାଉରକେଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ନିଜର ପରିଚୟ ଦେଇ ଏ ସମ୍ପର୍କରେ ପଚାରିବାରୁ ଅଧିକାରୀ ଜଣକ ଶ୍ରୀ ସେନାପତିଙ୍କୁ ଅତ୍ୟନ୍ତ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ତୁମେ ଏ ସମ୍ପର୍କରେ ପଚାରିବାକୁ କିଏ ବୋଲି ପ୍ରଶ୍ନ କରିଥିଲେ । ଯାହା ଏହି ହରିଲୁଟ୍‌ର ସ୍ପଷ୍ଟ ପ୍ରମାଣ ଦିଏା ଆହୁରି ମ୍ଧ୍ୟ ଶ୍ରୀ ସାହୁ ଅତୀତରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ନିଲମ୍ବିତ ହୋଇଥିବାର ନଜିର୍ ରହିଥିବା ବେଳେ ତାଙ୍କୁ କିଭଳି ରାଉରକେଲା ଭଳି ଏକ ସମ୍ବେଦନଶୀଳ ଅଞ୍ଚଳର ଯୋଗାଣ ଅଧିକାରୀ ଭାବରେ ଅବସ୍ଥାପିତ କରାଯାଇଛିା ଆହୁରି ମଧ୍ୟ ଶୁଣାଯାଉଛି ଯେ ଶ୍ରୀ ସାହୁଙ୍କୁ ଖୁବ୍‌ଶୀଘ୍ର ପଦୋନ୍ନତି ଦିଆଯାଇ ଅଧିକ କ୍ଷମତାଶୀଳା କରାଯିବ । ଯଦି ଏଭଳି ହୁଏ ତେବେ ଶ୍ରୀ ସାହୁ ନିକଟରେ ଭିଜିଲାନ୍ସ ଦ୍ୱାରା ଧରାପଡିଥିବା ନୂଆପଡାର ଆଡିସିନାଲ ସବ୍‌କଲେକ୍ଟର ପ୍ରଶାନ୍ତ ରାଉତଙ୍କ ଭଳି ହେବେ ନାହିଁ ତ ? ବୋଲି ଶ୍ରୀ ସେନାପତି ଆଶଙ୍କା ବ୍ୟକ୍ତ କରିଛନ୍ତି । ତେବେ ଶ୍ରୀ ସେନାପତି ଏ ସମ୍ପର୍କରେ ସୁନ୍ଦରଗଡ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ ମଧ୍ୟ ନୀରବ ରହିଥିଲେ । ତେଣୁ ଉପରୋକ୍ତ ଘଟଣାରୁ ସ୍ପଷ୍ଟ ହେଉଛି ଯେ, ମିଲର୍ସ, ଗାଡି ଚାଳକ ଓ ସ୍ଥାନୀୟ ଯୋଗାଣ ବିଭାଗର ମଧୁଚନ୍ଦ୍ରିକାରେ ଏଭଳି ହରିଲୁଟ୍ ଦୀର୍ଘଦିନ ଧରି ଚାଲିଛି । ନିକଟରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନୀୟ ବିଧାୟକ ସାରଦା ପ୍ରସାଦ ନାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଯୋଗଦାନ କରିଛନ୍ତିା ତେଣୁ ତାଙ୍କର ନୈତିକତା ଦୃଷ୍ଟିରୁ ସେ ଏ ସମ୍ପର୍କରେ ସାର୍ବଜନୀନ କରିବା ଉଚିତ୍‌ା ଆହୁରି ମଧ୍ୟ ରାଜ୍ୟ ସରକାରଙ୍କ ୫ଟି ବିଭାଗ ଓ ଖୋଦ ରାଜ୍ୟ ସରକାର ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ବେଳେ ଏହା କ’ଣ ତାଙ୍କର ସ୍ୱଚ୍ଛ ଶାସନର ନମୁନା ବୋଲି ଭାଜପା ରାଜ୍ୟ ମୁଖପାତ୍ର ଶ୍ରୀ ସେନାପତି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତିା ଏଥିସହ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୫ଟି ସଚିବ ଏବଂ ଜିଲ୍ଲାପାଳ ଏ ସମ୍ପର୍କରେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ସେନାପତି ଦାବି କରିଛନ୍ତିା ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସେନାପତିଙ୍କ ସମେତ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣିମା କେର୍କେଟା, ପ୍ରମିଲା ଦାସ ଓ ନିହାର ରାୟ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.