ଭାରତ ସରକାର କୋହିନୂର ହୀରାକୁ ଭାରତ ଫେରାଇ ଆଣିବା ପାଇଁ ନିଜର ଲଣ୍ଡନସ୍ଥିତ ଦୂତାବାସ ମାଧ୍ୟମରେ ଏକ ନୂଆ ଅଭିଯାନ ଆରମ୍ଭ କରିଥିବା ବେଳେ, ଲଣ୍ଡନର ଏକ ନ୍ୟୁଜ୍ ଚାନେଲରେ କୋହିନୂର ହୀରାକୁ ନେଇ ହୋଇଥିବା ବିତର୍କରେ ଭାଗନେଇ ପ୍ୟାନେଲରେ ବସିଥିବା ବିଶେଷଜ୍ଞମାନେ କୋହିନୂର ହୀରା ଭାରତର ଓ ଏହାକୁ ଏବେ ଭାରତକୁ ଫେରାଇ ଦିଆଯିବା ଉଚିତ ବୋଲି ଯୁକ୍ତି ବାଢିଛନ୍ତି।
ଭାରତ ଶାସନ କରୁଥିବା କାଳରେ ଇଂରେଜ ଶାସକମାନେ କୋହିନୂର ହୀରା ସେମତ ଅନ୍ୟାନ୍ଯ ବହୁମୂଲ୍ୟ ସାମଗ୍ରୀ ଲୁଟି ନେଇ ବ୍ରିଟେନ ସଂଗ୍ରାହଳୟରେ ରଖିଥିଲେ।
ଇଂଲଣ୍ଡର ମହାରାଣୀ ଦ୍ଵିତୀୟ ଏଲିଜାବେଥଙ୍କ ମୃତ୍ୟୁପରେ କୋହିନୂର ହୀରା ଭାରତକୁ ଫେରାଇ ଦେବା ଉଚିତ ବୋଲି ଭାରତରେ ଅନେକ ବିତର୍କ ହୋଇଛି।
ନିକଟରେ ବ୍ରିଟେନର ନୂଆ ରାଜା ଭାବେ ଅଭିଷିକ୍ତ ହୋଇଛନ୍ତି ତୃତୀୟ ଚାର୍ଲସ, ତାଙ୍କ ପତ୍ନୀ ନୂଆ ମହାରାଣୀ କାମେଲା କୋହିନୂର ହୀରା ଖଚିତ ମୁକୁଟ ପରିଧାନ କରିଥିବା ଦେଖିବାକୁ ମିଳିଛି । ୧୮୪୯ ମସିହାରୁ କୋହିନୂର ହୀରା ବ୍ରିଟେନର ରାଜ ପରିବାର ଅଧିନକୁ ଆସିଥିଲା, ପ୍ରଥମେ ରାଣୀ ଭିକ୍ଟୋରିଆ କୋହିନୂର ହୀରାକୁ ବ୍ରୋଞ୍ଚ ଭାବେ ପରିଧାନ କରିଥିଲେ । ପରେ ଏହା ତାଙ୍କ ମୁକୁଟରେ ଶୋଭା ପାଇଥିଲା – ଇଂଲଣ୍ଡର ମହାରାଣୀମାନେ ଏହି କୋହିନୂର ଖଚିତ ମୁକୁଟ ପରିଧାନ କରି ଆସୁଛନ୍ତି ।