ଆଦାନି-ହିଣ୍ଡେନ୍‌ବର୍ଗ ମାମଲାର ତଦନ୍ତ ଶିଘ୍ର ସାର : ସୁପ୍ରିମକୋର୍ଟ

ଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି ହେଉଛି। ନିଜର ନିର୍ଦୋଷତା ସମ୍ପର୍କରେ ଆଦାନି ଗ୍ରୁପ ପକ୍ଷରୁ କୁହାଯାଇଛି କି, କମ୍ପାନୀ ବିରୋଧରେ ହୋଇଥିବା ଷଡଯନ୍ତ୍ରର ପର୍ଦ୍ଦାଫାସ ହେବ ଓ ସତ୍ୟ ସାମ୍ନାକୁ ଆସିବ !
ପୂର୍ବ ଶୁଣାଣିରେ ଆଦାନି-ହିଣ୍ଡେନ୍‌ବର୍ଗ ମାମଲାର ତଦନ୍ତ ଶେଷ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)  ଆଉ ୬ ମାସ ସମୟ ମାଗିଛନ୍ତି । ତେବେ ଏହା ଉପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଥିଲେ ଯେ, ଏତେ ଅଧିକ ସମୟ ଦେବାର କିଛି ଔଚିତ୍ଯ ନାହିଁ, ଶୀଘ୍ର କାମ ଶେଷ କରିବାକୁ ସେ ସେବିକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଅଗଷ୍ଟ ମାସରେ ଏହି ମାମଲାର ଶୁଣାଣି କରିବା ଲାଗି ଖଣ୍ଡପୀଠ ଚାହୁଁଛନ୍ତି, ୩ ମାସ ଭିତରେ ତଦନ୍ତ ଶେଷ କରି କୋର୍ଟଙ୍କୁ ଜଣାଇବା ଲାଗି ପ୍ରଧାନ ବିଚାରପତି କହିଥିଲେ। ଏହି ମାମଲାର ତଦନ୍ତ ଲାଗି ସୁପ୍ରିମକୋର୍ଟ ଏକ ୬ ଜଣିଆ କମିଟି ଗଠନ କରିଥିଲେ, ଚଳିତ ମାସ ୮ ତାରିଖରେ କମିଟି ମୁଦା ଲଫାପାରେ ଏହାର ରିପୋର୍ଟ ଦେଇସାରିଛି ।

Leave A Reply

Your email address will not be published.