କର୍ଣ୍ଣାଟକ ଡିଜିପି ହେଲେ ସିବିଆଇ ନର୍ଦ୍ଦେଶକ

କର୍ଣ୍ଣାଟକରେ ବିଜେପି ସରକାରର ଅନ୍ତ ହୋଇଛି, ନିର୍ବାଚନରେ ବିଜୟୀ ହୋଇ ଶାସନ କ୍ଷମତାକୁ ଆସିଛି କଂଗ୍ରେସ ଓ ଏହାରି ମଧ୍ୟରେ ରାଜ୍ୟ ପୋଲିସ ଡିଜିପି ପ୍ରବୀଣ ସୁଦ୍ ନୂଆ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସେ ୨ ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ ଓ ସରକାର ଚାହିଁଲେ ତାଙ୍କ କାର୍ଯ୍ୟକାଳକୁ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରି ପାରିବେ। ବର୍ତ୍ତମାନ ସିବିଆଇ ନିର୍ଦ୍ଦେଶକ ଥିବା ସୁବୋଧ କୁମାରଙ୍କ କାର୍ଯ୍ୟକାଳ ଏଇମାସ ୨୫ ତାରିଖରେ ଶେଷ ହେବ ।
ଶ୍ରୀ ସୁଦ୍ ରାଜ୍ୟରେ ବିଜେପିର ଏଜେଣ୍ଟ ଭାବେ କାମ କରୁଥିଲେ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହେଉଥଲା, ଦଳର ରାଜ୍ୟ ସଭାପତି ଡି କେ ଶିବକୁମାର ଚେତାବନୀ ଦେଇ କହିଥିଲେ ଯେ ନିର୍ବାଚନରେ ବିଜୟୀ ହୋଇ କଂଗ୍ରେସ କ୍ଷମତାକୁ ଆସିଲେ ସୁଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave A Reply

Your email address will not be published.