ଶପଥ ନେଲେ ଦିପାଳୀ

ଝାରସୁଗୁଡ଼ାର ନବନିର୍ବାଚିତା ବିଧାୟିକା ଦିପାଳୀ ଦାସ ଆଜି ଶପଥ ନେଇଛନ୍ତି। ତାଙ୍କୁ ଉପବାଚସ୍ପତି ରଜନୀକାନ୍ତ ସିଂହ ନିଜ ବିଧାନସଭା ପ୍ରକୋଷ୍ଠରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସଂଯୋଗବଶତଃ ଆଜି ହେଉଛି ଦିପାଳୀଙ୍କ ସ୍ଵର୍ଗତ ପିତା ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଜନ୍ମଦିନ, ଆତତାୟୀ ଗୁଳିରେ ନବଙ୍କ ମୃତ୍ୟୁ ହେତୁ ଖାଲି ପଡିଥିବା ଝାରସୁଗୁଡ଼ା ଆସନରେ ଗତ ୧୦ ତାରିଖରେ ଉପନିର୍ବାଚନ ହୋଇଥିଲା।

ଶପଥପାଠ ସମୟରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ରୀତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.