ସିଵିଏସଇ ପରୀକ୍ଷାରେ ସାଇ ସ୍ଵଦୀପ ଟପ୍ପର

ପ୍ରକାଶ ପାଇଛି ସିଵିଏସଇ ପରୀକ୍ଷା ଫଳ, ଏଥିରେ ଟାଙ୍ଗୀ ବ୍ଲକ ରାମେଶ୍ବର ପଞ୍ଚାୟତ ରାମେଶ୍ବର ଗଡର ସାଇ ସ୍ବଦୀପ ରାୟ ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ସେ ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ର, ସେ ମୋଟ ୫୦୦ ନମ୍ବରରୁ ୪୯୩ ନମ୍ବର ରଖି ଶତକଡା ୯୮.୬୦ ପ୍ରତିଶତ ନମ୍ବର ରଖିବାର କୃତିତ୍ୱ ଅର୍ଜନ କରିଛନ୍ତି। ଏହି କୃତିତ୍ଵ ପାଇଁ ତାଙ୍କୁ ବିଦ୍ୟାଳୟ , ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି।

ସାଇ ସ୍ବଦୀପ ହେଉଛନ୍ତି ରାମେଶ୍ବର ଗଡ ବାସିନ୍ଦା ଦିପ୍ତିରଞ୍ଜନ ପାଇକରାୟ ଓ ସସ୍ମିତା (ରଥ ) ପାଇକରାୟଙ୍କ ସୁପୁତ୍ର।

Leave A Reply

Your email address will not be published.