ପାକିସ୍ତାନ ସୁପ୍ରିମକୋର୍ଟର କଡା ତେବର

ଭାରତରେ ମୋଦିଭକ୍ତମାନେ କଥାକଥକେ ପାକିସ୍ତାନର ନିନ୍ଦାକରି ଆତ୍ମସନ୍ତୋଷ ପାଉଥିବା ବେଳେ ଗତକାଲି ପାକ୍ ସୁପ୍ରିମକୋର୍ଟ ସେହି ଦେଶର ସରକାରଙ୍କ ଉପରେ ଦେଖାଇଛନ୍ତି କଡା ତେବର ! ପୂର୍ବତନ ପ୍ରଧାନମନ୍ତ୍ରୀ ୭୦ ବର୍ଷ ବୟସ୍କ ଇମ୍ରାନ ଖାନଙ୍କ ଗିରଫଦାରୀକୁ ଅବୈଧ ଘୋଷଣା କରି ଘଣ୍ଟାଏ ଭିତରେ ତାଙ୍କୁ କୋର୍ଟରେ ହାଜର କରାଇବାକୁ ଗତକାଲି କଡା ନିର୍ଦ୍ଦେଶ ଦେଇଥିଲେ ପାକିସ୍ତାନର ସର୍ବୋଚ୍ଚ ଅଦାଲତ ଓ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦେଇଥିଲେ। ଇସଲାମାବାଦ ହାଇକୋର୍ଟ ପରିସରରୁ ଇମ୍ରାନଙ୍କୁ ଉଠାଇନେବା ଘଟଣାକୁ ନିନ୍ଦା କରି ସୁପ୍ରିମକୋର୍ଟ କହିଥିଲେ ଯେ କୌଣସି ବ୍ଯକ୍ତଙ୍କୁ ଅଦାଲତ ପରିସରରୁ ଗିରଫ କରାଯାଇ ପାରିବ ନାହିଁ, ଏହା ଫଳରେ ଅଦାଲତର ମର୍ଯ୍ୟାଦା ହାନି ହୋଇଛି।

ଇସଲାମାବାଦ ହାଇକୋର୍ଟ ପରିସରରୁ
ଇମ୍ରାନଙ୍କୁ ଗିରଫ କରାଯିବା ପରେ ଉଚ୍ଚ ନ୍ଯାୟାଳୟ ପାକିସ୍ତାନ ପୋଲିସ ମୁଖ୍ୟଙ୍କୁ ୧୫ ମିନିଟ ମଧ୍ୟରେ କୋର୍ଟରେ ହାଜର ହେବାକୁ ସମନ କରିଥିଲେ, ବିଳମ୍ବ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କୋର୍ଟରେ ହାଜର ହେବାପାଇଁ ସମନ କରିବେ ବୋଲି କହିଥିଲେ !

ସୁପ୍ରିମକୋର୍ଟରୁ ଆଶ୍ଵସ୍ତି ପାଇବା ପରେ ଇମ୍ରାନ କହିଛନ୍ତି ଯେ ତାଙ୍କୁ ଲାଠିରେ ପିଟାଯାଇଛି, ତାଙ୍କସହ ଆତଙ୍କବାଦୀ ଭଳି ବ୍ଯବହାର କରାଯାଇଛି !!

Leave A Reply

Your email address will not be published.