ରାଷ୍ଟ୍ରୀୟ ସ୍ଵୟଂ ସଂଘର ସରସଂଘ ଚାଳକ ମୋହନ ଭାଗବତ ଆଜିଠାରୁ ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ କଟକ ଗତିରାଉତପାଟଣାସ୍ଥିତ କେଶବଧାମକୁ ଯାତ୍ରା କରିଛନ୍ଥି।ସେଠାରେ ଆୟୋଜିତ ହେଉଥିବା ସଂଘର ଶିକ୍ଷାବର୍ଗ ପ୍ରଶିକ୍ଷଣ ଶିବିରରେ ସେ ଯୋଗଦେବେ। ମଣିପୁର ଦଙ୍ଗାକୁ ନେଇ ଆରଏସଏସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ କଠୋର ସମାଲୋଚନା କରାଯିବା ପରେ ଶ୍ରୀ ଭାଗଵତଙ୍କ ପ୍ରତିକ୍ରିୟା ଜଣା ପଡିନଥିଲେ ମଧ୍ୟ ପ୍ରଶିକ୍ଷଣ ଶିବିରରେ ସେ କଣ କହୁଛନ୍ତି, ତାହାକୁ ଅପେକ୍ଷା କରାଯାଉଛି। ମଣିପୁର ଦଙ୍ଗାରେ ହିନ୍ଦୁମାନଙ୍କୁ ସୁରକ୍ଷା ଦିଆଯାଉ ନଥିବା ଅଭିଯୋଗ କରିଛି ଆରଏସ୍ଏସ୍।
ଶ୍ରୀ ଭାଇବତ ୧୫ ତାରିଖରେ ନାଗପୁର ଫେରିଯିବେ।

Prev Post