ରାଉରକେଲା କଂଗ୍ରେସରେ ଘମାଘୋଟ ଅନ୍ତଃକନ୍ଦଳ : ସାମ୍ବାଦିକ ସମ୍ମିଳନୀରେ ପିଟାପିଟି ହେଲେ ୨ ନେତା

ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଗ ଧାଡ଼ିରେ କିଏ ବସିବ ତାହାକୁ ନେଇ ତୁମୂଳ ଧସ୍ତାଧସ୍ତି ହୋଇଯାଇଛି। ଇସ୍ପାତ ନଗରୀର ଦୁଇ କଂଗ୍ରେସ ନେତା ସବିର ଓ ଉମେଶଙ୍କ ମଧ୍ୟରେ ପ୍ରଥମେ ଏହାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା, ପରେ ଠେଲାପେଲା ଓ ମୁଥ ମରାମରି ହୋଇଥିଲେ ଦୁଇନେତା। ପରିସ୍ଥିତି ଏମିତି ହେଲା କି ସାମ୍ବାଦିକ ସମ୍ମିଳନୀକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା।ଦଳର ଅନ୍ୟ କର୍ମୀଙ୍କ ସାମ୍ନାରେ ଚାଲିଥିବା ଏହି ଖଣ୍ଡଯୁଦ୍ଧର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ଦଳ ମଧ୍ୟରେ ଥିବା ଅନ୍ତଃକନ୍ଦଳ ପଦାରେ ପଡିଯାଇଛି।

Leave A Reply

Your email address will not be published.