ଏବେ ଭାରତରେ ସମଲିଙ୍ଗୀ ସମ୍ପର୍କକୁ ନେଇ ବାଦବିତର୍କ ଚାଲିଥିବା ବେଳେ
ଓଡିଶାର ଦୌଡରାଣୀ ଦୂତୀ ଚାନ୍ଦ ବାହାହୋଇ ଜାତୀୟ ସମ୍ବାଦ ପତ୍ରିକା ଇଣ୍ଡିଆ ଟୁଡେ ପତ୍ରିକାର ମଲାଟ ମଣ୍ଡନ କରିଛନ୍ତି। ଛବିରେ ଦୂତୀ ନିଜ ପ୍ରେମିକାଙ୍କ ମଥାରେ ସିନ୍ଦୁର ଦେଉଥିବାର ଦେଖିବାକୁ ମିଳିଛି, ଦୂତୀଙ୍କ ପ୍ରେମକାହାଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଦୌଡରାଣୀ ଦୂତି ଚାନ୍ଦ ନିଜ ଖେଳ ପାଇଁ ଯେତିକି ପ୍ରଂଶସା ସାଉଁଟିଛନ୍ତି, ଓଡିଶାବାସୀଙ୍କ ଭଲପାଇବା ପାଇଛନ୍ତି, ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବିବାଦ ଘେରକୁ ଆସିଛନ୍ତି । ବେଳେ ବେଳେ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି ଦୂତି ଚାନ୍ଦ । ବିଶେଷ କରି ତାଙ୍କ ପ୍ରେମ ସମ୍ପର୍କ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି ।

Next Post