ଭାରତୀୟ କ୍ରିକେଟ ଦଳର ତାରକା ବୋଲର ମହମ୍ମଦ ଶାମୀ ଆଇପିଏଲ ମ୍ୟାଚରେ ବ୍ୟସ୍ତ ରହିଥିବା ବେଳେ, ତାଙ୍କ ଗିରଫଦାରୀ ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି ପତ୍ନୀ ହସିନା ଜହାଁ ! ପତିପତ୍ନୀଙ୍କ ମଧ୍ୟରେ ତୀବ୍ର ମନାନ୍ତର ସୃଷ୍ଟି ହୋଇଥିଲା ୨୦୧୮ରୁ, ସେହିଦିନଠାରୁ ହସିନା ଶାମୀଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ କରିଥିଲେ, ମାତ୍ର ଶାମୀ ସେସବୁ ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି।
ଶାମୀଙ୍କ ବିରୋଧରେ ପରକୀୟା ସମ୍ପର୍କ ଓ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ହସିନା କଲିକତା ହାଇକୋର୍ଟରେ ମାମଲା ଦାୟର କରିଥିଲେ, କୋଲକତା ହାଇକୋର୍ଟ ମଧ୍ୟ ଶାମୀ ତାଙ୍କ ସ୍ତ୍ରୀଙ୍କୁ ପ୍ରତିମାସ ଭରଣ ପୋଷଣ ବାବଦରେ ୧.୩୦ଲକ୍ଷ ଟଙ୍କା ଦେବାକୁ ଓ ଏହି ରାଶି ମଧ୍ୟରୁ ଶାମୀଙ୍କ ଝିଅକୁ ମାସିକ ୮୦ ହଜାର ଦିଆଯିବାକୁ ରାୟ ଦେଇଥିଲେ। ମାତ୍ର ହସିନା ଜହାଁ ଏତିକି ରାଶିରେ ସନ୍ତୁଷ୍ଟ ହୋଇନଥିଲେ, ସେ ମାସିକ ୧୦ ଲକ୍ଷ ଟଙ୍କା ଓ ଶାମୀଙ୍କ ଗିରଫଦାରୀ ଦାବି କରି ସୁପ୍ରିମକୋର୍ଟ ଯାଇଛନ୍ତି।
