ଲକ୍ଷ୍ନୌ କ୍ରିକେଟ ପଡିଆରେ ଗମ୍ଭୀର-କୋହଲି କଳି, ରେଫରି କାଟିଦେଲେ ମ୍ଯାଚ ଫି

ଗତକାଲି ଲକ୍ଷ୍ନୌରେ ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ ଓ ରୟାଲ ଚାଲେଞ୍ଜର ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ଆଇପିଏଲ ମ୍ଯାଚରେ ଦୁଇ ଭାରତୀୟ କ୍ରିକେଟ ତାରକା ଲକ୍ଷ୍ନୌ ଦଳର ଗୌତମ ଗମ୍ଭୀର ଓ ବାଙ୍ଗାଲୋର ଦଳର ବିରାଟ କୋହଲିଙ୍କ ମଧ୍ୟରେ କଥା କଟାକଟି ଗାଳିଫଜିତର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଘଟଣାର ଆରମ୍ଭ ହୋଇଥିଲା ଲକ୍ଷ୍ନୌ ବୋଲର ଆଫଗାନୀ ଖେଳାଳୀ ନବୀନ-ଉଲ-ହକ୍ ଆଉଟହୋଇ ପାଭିଲିଅନକୁ ଫେରୁଥିବା ବେଳରୁ, ନବୀନ-ଉଲ କୋହଲିଙ୍କୁ ଆକ୍ଷେପ କରି କିଛି ଅପଶବ୍ଦ କହିଥିଲେ ଓ ଏହାକୁ ନେଇ କୋହଲି ଅମ୍ପାୟାରଙ୍କ ପାଖରେ ଆପତ୍ତି କରିଥିଲେ। ବାଙ୍ଗାଲୋର ଦଳ ୧୮ରନରେ ବିଜୟୀ ହେବାପରେ ରୀତି ଅନୁସାରେ ଉଭୟ ଦଳର ଖେଳାଳୀମାନେ ପରସ୍ପର ସହ କରମର୍ଦନ କରୁଥିବା ବେଳେ ନବୀନ-ଉଲ ଓ କୋହଲିଙ୍କ ମଧ୍ୟରେ ପୁଣିଥରେ ଉଚ୍ଚବାଚ ହୋଇଥିଲା, ସେମାନଙ୍କ ଝଗଡା ଶାନ୍ତ କରିବା ପାଇଁ ଗୌତମ ଗମ୍ଭୀର ପଶି ଆସିବା ପରେ କୋହଲି ଚିହିଙ୍କି ଉଠି ଗୌତମଙ୍କୁ ଗାଳି କରିଥିଲେ, ଗୌତମ ବି ଗାଳି କରିଥିଲେ କୋହଲିଙ୍କୁ ! ସାଥୀ ଖେଳାଳୀମାନେ ଉଭୟଙ୍କୁ ବୁଝାସୁଝା କରି ଶାନ୍ତ କରିଥିଲେ, ମାତ୍ର ମ୍ଯାଚ ରେଫରୀ ଦୁଇ ଷ୍ଟାର କ୍ରିକେଟରଙ୍କ ଏପରି ବିଶୃଙ୍ଖଳ ଆଚରଣକୁ ସହଜ ଭାବରେ ନେଇନଥିଲେ, ଉଭୟଙ୍କ ଶତ ପ୍ରତିଶତ ମ୍ଯାଚ ଫି କାଟିଦେଇଥିଲେ ସେ, ନବୀନ-ଉଲ- ହକଙ୍କ ୫୦ ପ୍ରତିଶତ ମ୍ଯାଚ ଫି ମଧ୍ୟ କାଟିଦେଇଛନ୍ତି ରେଫରୀ।

Leave A Reply

Your email address will not be published.