ଆଜିବି ବର୍ଷା ହେଲେ ବିଜେତା ଘୋଷିତ ହେବ ଗୁଜରାଟ ଟାଇଟନ୍ସ

ଗତକାଲି ବର୍ଷା ପାଇଁ ବନ୍ଦ ହୋଇଯାଇଥିବା ଆଇପିଏଲ ମ୍ୟାଚ ଯଦି ଆଜିବି ବର୍ଷା ପାଇଁ ବନ୍ଦ ହୋଇଯାଏ ତେବେ ବିଜେତା ଘୋଷିତ ହେବ ଗୁଜରାଟ ଟାଇଟନ୍ସ । ଏପରି ହେଲେ ଆଇପିଏଲ ଟ୍ରଫି ଜିତି ଅବସର ନେବାକୁ ଚିନ୍ତା କରୁଥିବା ମହେନ୍ଦ୍ର ସିଂ ଧୋନୀଙ୍କ ସ୍ନପ୍ନ ଅଧୁରା ରହିଯିବ । ଆଜି ଗୁଜରାଟର ଅହମ୍ମଦାବାଦରେ ମ୍ୟାଚ ହେବାକୁ ଥିବା ବେଲେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଯଦି ବର୍ଷା ହୁଏ, ଆଉ ଖେଳ ହୋଇନପାରେ ତେବେ ଚେନ୍ନାଇର ପଞ୍ଚମ ଥର ପାଇଁ ଆଇପିଏଲ ଫାଇନାଲ ଜିତିବାର ଆଶା ଧୁଳିସାତ୍ ହୋଇଯାଇପାରେ । ଗତକାଲି ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୪୧ ମିଲିମିଟର ବର୍ଷା ହେବା ପରେ ମ୍ୟାଚ ଖେଳିବା ସମ୍ଭବପର ହୋଇନଥିଲା । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚ ବାତିଲ କରାଯାଇଛି । ଆଜି ରିଜର୍ଭ ଦିନରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଯଦି ବର୍ଷା ହୁଏ ତେବେ ସବୁଠୁ କମ୍ ୫ ଓଭର ବିଶିଷ୍ଟ ମ୍ୟାଚ ଖେଳାଯାଇପାରେ । ଆଉ ଯଦି ଖେଳିବା ଆଦୌ ସମ୍ଭବପର ନହୁଏ, ତେବେ ପଏଂଟ ଆଧାରରେ ଗୁଜରାଟକୁ ବିଜେତା ଘୋଷିତ କରାଯିବ । ଏନେଇ ଦୁଇ ଦଳର କୋଚଙ୍କ ସହ ଅମ୍ପୟାରମାନେ କଥା ହୋଇଥିବା ସୂଚନା ମଳିଛି ।

Leave A Reply

Your email address will not be published.