ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ରାଜଗାଙ୍ଗପୁର (ରଞ୍ଜିତ କୁମାର ରାଉତ) : ରାଜଗାଙ୍ଗପୁର ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ରାଜଗାଙ୍ଗପୁର ଷ୍ଟେସନ ଓ କାଂଶବାହାଲ ରେଳ ଷ୍ଟେସନ ମଧ୍ୟରେ ଥିବା ଗୋସିଆପଡା ନିକଟସ୍ଥ ରେଳ ଧାରଣାରୁ ଜନୈକ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।। କୌଣସି ଏକ ଟ୍ରେନ ଧକ୍କା ଦେବାରୁ ଯୁବଙ୍କ ମୃତ୍ୟୁ ଘଟିଛି ବୋଲି ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ରେଳବାଇ ପୋଲିଶ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଯୁବକ ଜଣଙ୍କର ଆନୁମାନିକ ବୟସ ୪୦ ବର୍ଷ ଓ ସେ ଏକ ଜିନ୍ସ ପ୍ୟାଣ୍ଟ ଓ କଳା ରଙ୍ଗର ଜୋତା ପିନ୍ଧିଥିବା ଜଣାପଡିଛି। ଶବ ବ୍ୟବଚ୍ଛେଦ ପରେ ରାଜଗାଙ୍ଗପୁର ସ୍ଥିତ ସରକାରୀ ଚିକିତ୍ସାଳୟରେ ଶବ ରଖାଯାଇଛି । ଅଜଣା ଯୁବକଙ୍କ ପରିବାର ଲୋକେ ସୂଚନା ପାଇ ଆସିଲେ ଶବ ହସ୍ତାନ୍ତର କରାଯିବ। ନଚେତ୍ ସରକାରୀ ନିୟମ ଅନୁଯାୟୀ ୭୨ ଘଣ୍ଟା ପରେ ବାଧ୍ୟ ହୋଇ ପୋଲିଶ ଶବ ସଂସ୍କାର କରିବ ।

Leave A Reply

Your email address will not be published.