ନୋବେଲ ଶାନ୍ତି ପୁରସ୍କାର ବିଜେତା ରାଜେନ୍ଦ୍ର କୁମାର ପଚୌରୀଙ୍କ ଚରିତ୍ର ସଂହାର କରି ଅମୂଳକ ଅପମାନକର ଖବର ପ୍ରଚାର କରିଥିବା କାରଣରୁ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଦିଲ୍ଲୀ ହାଇକୋର୍ଟରେ ନିଃସର୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଷ୍ଟୁଡିଓରେ ବସି ମିଡିଆ ଟ୍ରାଏଲ କରିବା ତାଙ୍କର ପୁରୁଣା ଆଦତ। ୨୦୦୭ ନୋବେଲ ଶାନ୍ତି ପୁରସ୍କାର ବିଜେତା ରାଜେନ୍ଦ୍ର କୁମାର ପଚୌରୀଙ୍କ ବିରୋଧରେ ୨୦୧୬ରେ ଏକ ଯୌନ ଉତ୍ପୀଡନ ମାମଲାର ରିପୋର୍ଟିଙ୍ଗ କରି ଅର୍ଣ୍ଣବ ଶ୍ରୀ ପଚୌରୀଙ୍କ ସମ୍ପର୍କରେ କଟୁ ବ୍ଯକ୍ତିଗତ ଆକ୍ଷେପ ଦେଇଥିଲେ। ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ଶୁଣାଣି ବେଳେ କୋର୍ଟ ତାଙ୍କୁ କଠୋର ଦଣ୍ଡ ଦେବା ସୁନିଶ୍ଚିତ ଜାଣି ରାୟ ଘୋଷଣା ପୂର୍ବରୁ ଚତୁର ଗୋସ୍ୱାମୀ ହାଇକୋର୍ଟରେ ନିଃସର୍ତ କ୍ଷମା ମାଗିଥିଲେ। ଭୂଲ ସ୍ବୀକାର କରିବା ପରେ ଅଦାଲତ ତାଙ୍କୁ ଛାଡିଦେଇଛନ୍ତି ।
ଉଲ୍ଲେଖନୀଯ ଯେ ୨୦୨୦ ଫେବୃଆରୀରେ ପଚୌରୀଂକର ବିୟୋଗ ହୋଇଯାଇଛି।