କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରଜଭୂଷଣ ସିଂହଙ୍କ ଯୌନଶୋଷଣ ବିରୋଧରେ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା କୁସ୍ତିଯୋଦ୍ଧାଙ୍କ ଧାରଣା ସ୍ଥଳକୁ ଯାଇ ସେମାନଙ୍କ ଲଢେଇକୁ ସମର୍ଥନ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିବାଲ, ଦେଶବାସୀଙ୍କୁ ଆହ୍ଵାନ ଦେଇ ସେ କହିଛନ୍ତି ଯେ ଯିଏ ଦେଶକୁ ଭଲପାଆନ୍ତି, ସେମାନେ ଜନ୍ତର ମନ୍ତର ଆସନ୍ତୁ…!
ଶନିବାର ଦିନ ଏହି ଧାରଣା ସପ୍ତମ ଦିନରେ ପହଞ୍ଚିଛି, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନ୍ତର ମନ୍ତରରେ ପହଞ୍ଚି କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିଛନ୍ତି ଓ ସେମାନଙ୍କ ପ୍ରତି ସମର୍ଥନ ଜ୍ଞାପନ କରିଛନ୍ତି । ଯେଉଁ ଝିଅମାନେ ଦେଶ ପାଇଁ ସୁନାମ ଆଣିଛନ୍ତି, ସେମାନଙ୍କୁ ନ୍ୟାୟ ପାଇଁ ଲଢେଇ ଲଢିବାକୁ ପଡୁଥିବା ଦୁଃଖର କଥା ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ନିଜ ବିରୋଧର ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ବୋଲି ସଫେଇ ଦେଇଛନ୍ତି ବ୍ରିଜଭୁଷଣ। ତାଙ୍କ ବିରୋଧରେ କରିଯାଇଥିବା ଆରୋପ ଭିତ୍ତିହୀନ ଓ ଖେଳାଳିମାନେ ଚଲାଇଥିବା ଏହି ଧାରଣା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।