ବିଜେପି ନେତାଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

ତାମିଲନାଡୁ ବିଜେପିର ଆଦିବାସୀ ହରିଜନ ଶାଖା କୋଷାଧ୍ୟକ୍ଷ ତଥା ବଲାପୁରମ ପଞ୍ଚାୟତ ସଭାପତି ପି ପି ଜି ଶଙ୍କରଙ୍କୁ ଚେନ୍ନାଇ ଉପକଣ୍ଠ ନଜରାତପେଟାରେ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଗତ ଗୁରୁବାର ରାତିରେ ଶଙ୍କର ତାଙ୍କ କାର୍‌ରେ ଚେନ୍ନାଇ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଯାଉଥିଲା ସମୟରେ ୪ ଜଣ ଦୁର୍ବୃତ୍ତ ପ୍ରଥମେ ତାଙ୍କ କାର ଉପରକୁ ଦେଶୀ ବୋମାମାଡ଼ କରିଥିଲେ। ଏଥିରେ କାର ଉପରୁ ନିୟନ୍ତ୍ରଣ ହରାଇଥିଲେ ଶଙ୍କର ଓ ଗାଡିରୁ ଓହ୍ଲାଇ ଦୌଡି ପଳାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୋଡାଇ ଗୋଡାଇ ହାଣି ହତ୍ୟା କରିଥିଲେ।

ଏହାକୁ ପୋଲିସ ଗ୍ଯାଙ୍ଗଓ୍ଵାର ବୋଲି କହିଛି, ପୂର୍ବ ଶତୃତା ହେତୁ ‘ଗୋଟିଲ’ ଗ୍ୟାଙ୍ଗର ଗୁଣ୍ଡାମାନେ ତାଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଶଙ୍କରଙ୍କ ନାଁରେ ୧୫ଟି ଅପରାଧିକ ମାମଲା ରହିଛି, ଗୁଣ୍ଡାଗର୍ଦ୍ଦି ଆଇନରେ ପୂର୍ବରୁ ଦୁଇ ଥର ସେ ଗିରଫ ମଧ୍ୟ ହୋଇଛନ୍ତି।

Leave A Reply

Your email address will not be published.