୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଏକତା ପାଇଁ ବିଭିନ୍ନ ଦଳର ନେତାମାନେ ଅଭିଯାନ ଜୋରଦାର କରିଥିବା ବେଳେ ଏନସିପି ଅଧ୍ୟକ୍ଷ ପଦରୁ ଆଜି ଅବ୍ଯାହତି ନେଇଛନ୍ତି ବରିଷ୍ଠ ନେତା ଶରଦ ପାୱାର । ମହାରାଷ୍ଟ୍ରର ତୁଙ୍ଗ ରାଜନେତା ଶ୍ରୀ ପାଓ୍ଵାର ଆଜି ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଅଜିତ ପାଓ୍ଵାରଙ୍କୁ ନେଇ ଏନସିପିରେ ବିଭେଦ ଓ ବିଭ୍ରାଟର ବାତାବରଣ ଜଟିଳ ହୋଇପଡିଥିବା ବେଳେ ଶ୍ରୀ ପାଓ୍ଵାରଙ୍କ ଇସ୍ତଫା ମହାରାଷ୍ଟ୍ରର ରାଜନୈତିକ ମହଲରେ ନାନା ଗୁଞ୍ଜରଣ ସୃଷ୍ଟି କରିଛନ୍ତି। ପାଓ୍ଵାରଙ୍କ ପୁତୁରା ଅଜିତ ପାୱାର କିଛି ଏନସିପି ବିଧାୟକଙ୍କୁ ନେଇ ବିଜେପି ସହ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଗାମୀ ଦିନରେ ମହାରାଷ୍ଟ୍ରର ରାଜନୈତିକ ସମୀକରଣ ବଦଳି ଯାଇପାରେ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ଶରଦଙ୍କ ପରେ କିଏ ଦଳର ନେତୃତ୍ୱ ନେବ, କିଏ ହେବ ଦଳର ଅଧ୍ୟକ୍ଷ – ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି, ଦଳର ନେତୃତ୍ୱ ନେବାପାଇଁ ଅଜିତଙ୍କ ସହିତ ଦୌଡରେ ଅଛନ୍ତି ସୁପ୍ରିୟା ସୁଲେ !