ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି : ଆଆପକୁ ସାଫ୍ କରିବାକୁ ଇଡିର ଦ୍ଵିତୀୟ ଅତିରିକ୍ତ ଚାର୍ଜଶିଟ୍‌

ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଦୁର୍ନୀତି ବ୍ଯାରରେ ରାଜ୍ୟର ପୂର୍ବତନ ଉପମୁଖ୍ଯମନ୍ତ୍ରୀ ଜେଲରେ ଅଛନ୍ତି, ଅଭିଯୋଗ ଅଭିସନ୍ଧିମୂଳକ କହୁଥିବା ଆଆପ ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିବାଲଙ୍କୁ ଇତିମଧ୍ୟରେ ସିବିଆଇ ସମନ କରି ୯ଘଣ୍ଟା ଜେରା କରିସାରିଛି। କେନ୍ଦ୍ର ସରକାରଙ୍କ ଆଆପ ବିରୋଧୀ ଷଡଯନ୍ତ୍ରକୁ ବାରମ୍ବାର ଜୋରଦାର ସମାଲୋଚନା କରୁଥିବା।ଦଳୀୟ ସାଂସଦ ସଞ୍ଜୟ ସିଂହ ଓ ରାଘବ ଚଡ୍ଡାଙ୍କ ନାମକୁ ଦ୍ଵିତୀୟ ଅତିରିକ୍ତ ଚାର୍ଜସିଟରେ ଯୋଡି ଦେଇଛି ଇଡି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ରାଘବ ଓ ସଞ୍ଜୟଙ୍କ ନାଁ ରହିଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ଦୁଇ ସାଂସଦଙ୍କ ନାମ ଚାର୍ଜସିଟରେ ରହିଥିଲେ ମଧ୍ୟ ଏମାନଙ୍କୁ ଅଭିଯୁକ୍ତ ବୋଲି ଦର୍ଶା ଯାଇନାହିଁ, ଚାର୍ଜଶିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ରାଘବ ଓ ସଞ୍ଜୟଙ୍କ ନାଁ ରହିଥିବାରୁ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଇଡି ପକ୍ଷରୁ ଦାଖଲ ହୋଇଥିବା ଏହି ଚାର୍ଜସିଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ସିସୋଦିଆଙ୍କ ଉପରେ ସାଂଘତିକ ଅଭିଯୋଗ ଲଗାଯାଇଛି। ଏହି ନୂଆ ଅବକାରୀ ନୀତି କେଜ୍ରିୱାଲଙ୍କ ମାନସ ସନ୍ତାନ ବୋଲି କହିଛି ଇଡି, ସେ ଓ ସିସୋଦିଆ ମିଳିତ ଭାବେ ଅବାକାରୀ ନୀତିକୁ ଲାଗୁ କରିଥିଲେ ବୋଲି ଚାର୍ଜସିଟରେ ଦର୍ଶାଯାଇଛି। ଏଥିରୁ ଖୁବଶୀଘ୍ର କେଜେରିବାଲଙ୍କୁ ଗିରଫ କରିଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

Leave A Reply

Your email address will not be published.