ଚାର୍ଜସିଟରେ ଭୂଲରେ ରହିଥିଲା ଆଆପ ସାଂସଦ ସଞ୍ଜୟ ସିଂହଙ୍କ ନାମ : ଦୁଃଖ ପ୍ରକାଶ କଲା ଇଡି

ଚାର୍ଜସିଟରେ ଭୂଲରେ ରହିଥିଲା ଆଆପ ସାଂସଦ ସଞ୍ଜୟ ସିଂହଙ୍କ ନାମ : ଦୁଃଖ ପ୍ରକାଶ କଲା ଇଡି

କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟରେ ଆଆପ ସାଂସଦ ସଞ୍ଜୟ ସିଂହଙ୍କ ନାମ ଭୂଲ ବଶତଃ ରହିଯାଇଥିଲା ବୋଲି ସ୍ଵୀକାର କରିଛନ୍ତି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ଓ ସହକାରୀ ନିର୍ଦ୍ଦେଶକ ଯୋଗୀନ୍ଦର ସିଂହ।
ଦିଲ୍ଲୀ ଅବକାରୀ ଦୁର୍ନୀତି ବ୍ଯାପାରରେ ଇଡି ତାଙ୍କୁ ଅମୂଳକ ଭାବେ ସଂପୃକ୍ତ କରିଥିବାରୁ ଏହା ବିରୋଧରେ ଶ୍ରୀ ସିଂହ କେନ୍ଦ୍ର ଅର୍ଥ ସଚିବଙ୍କୁ ପତ୍ର ଲେଖିଥିଲେ, ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଇଡି ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ଅଭିଯୋଗ କରିଥିଲେ।
ଏହାର ଉତ୍ତରରେ ଇଡି ଏପରି ଭୂଲପାଇଁ ଦୁଃଖ ପ୍ରକାଶ କରି ଶ୍ରୀ ସିଂହଙ୍କୁ ପତ୍ର ଲେଖିଛି।

Leave A Reply

Your email address will not be published.