ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବିଜୟ

ଦିଲ୍ଲୀକୁ ଶାସନ କରିବାର ହକ୍ କାହାର – କେନ୍ଦ୍ର ସରକାରଙ୍କ ଦ୍ଵାରା ନିଯୁକ୍ତ ଉପରାଜ୍ଯପାଳ ନା ଦିଲ୍ଲୀବାସୀଙ୍କ ଦ୍ଵାରା ନିର୍ବାଚିତ ରାଜ୍ୟ ସରକାରଙ୍କର – ତାହା ଉପରେ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଆଜି କହିଛନ୍ତି ଯେ ଦିଲ୍ଲୀରେ ପ୍ରଶାସନିକ କ୍ଷମତାର ସର୍ବମୟ ଅଧିକାରୀ ହେଉଛନ୍ତି ଏହାର ନିର୍ବାଚିତ ସରକାର ! ଏହି ରାୟ ଫଳରେ ମୁଖ୍ୟମନ୍ତ୍ରୀ କେଜେରିବାଲଙ୍କ କ୍ଷମତାକୁ ରୁନ୍ଧିଦେଇ ଆସୁଥିବା ଉପରାଜ୍ଯପାଳ ବିନୟ କୁମାର ସାକସେନା ଆଉ ନିଜର ମନମାନି ଚଳାଇ ପାରିବେ ନାହିଁ। କୁହାଯାଏ ଯେ କେନ୍ଦ୍ର ସରକାରଙ୍କ ହାତବାରିସୀ ଭାବେ କାମ କରୁଥିବା ଶ୍ରୀ ସାକସେନା କେଜେରିବାଲଙ୍କ ଆଆପ ଦଳ ଉପରେ ପୂର୍ବରୁ ଥିବା ନିଜ ରାଗ ଶୁଝାଉଥିଲେ – ଖଦି କମିଶନ ଚେୟାରମ୍ୟାନ ଥିବା ବେଳେ ଶ୍ରୀ ସାକସେନା ୧୪ଶହ କୋଟି ଟଙ୍କାର ଦୁର୍ନୀତି କରିଥିବାର ଅଭିଯୋଗ କରି ଦିଲ୍ଲୀ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଥିଲା !

ଆଜି ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ଯେ ଲୋକଙ୍କ ଦ୍ଵାରା ନିର୍ବାଚିତ ସରକାର ହିଁ ଲୋକଙ୍କ ପାଖରେ ଉତ୍ତରଦାୟୀ। ଭାରତୀୟ ସମ୍ବିଧାନର ସଂଘୀୟ ବ୍ଯବସ୍ଥାରେ କୌଣସି ନିର୍ବାଚିତ ସରକାରଙ୍କୁ ଦାୟିତ୍ୱ ନିଷ୍ପାଦନରୁ ବଞ୍ଚିତ କରାଯାଇ ପାରିବ ନାହିଁ ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀ ଦେଶର ରାଜଧାନୀ ହୋଇଥିବା ଦୃଷ୍ଟିରୁ, ଏଠାରେ ଆଇନ ଶୃଙ୍ଖଳା କ୍ଷମତା କେନ୍ଦ୍ର ସରକାରଙ୍କ ହାତରେ ରହିବ, କିନ୍ତୁ ରାଜ୍ୟର ଅଧିକାରୀମାନଙ୍କ ବ୍ଯାପାର ସମ୍ବନ୍ଧିତ ପ୍ରଶାସନିକ କ୍ଷମତା ରାଜ୍ୟ ସରକାରଙ୍କ ପାଖରେ ରହିବ !

Leave A Reply

Your email address will not be published.