ରାହୁଲଙ୍କୁ ଆଜି ଭେଟିବେ କେଜେରିବାଲ

ଦିଲ୍ଲୀର ପ୍ରଶାସନ ଉପରେ ନିର୍ବାଚିତ ସରକାରଙ୍କର ସମ୍ପୂର୍ଣ୍ଣ କର୍ତ୍ତୃତ୍ଵ ଅଛି ବୋଲି ସୁପ୍ରିମକୋର୍ଟ ରାୟ ଦେବାପରେ, ଏହି ରାୟକୁ ଅକାମି କରି ଦିଲ୍ଲୀର ରାଜ୍ଯପାଳଙ୍କୁ ପ୍ରଶାସନିକ କ୍ଷମତା ପ୍ରଦାନ କରିବା ପାଇଁ କେନ୍ଦ୍ରର ବିଜେପି ସରକାର ଏକ ଅଧ୍ଯାଦେଶ ଜାରି କରିଛନ୍ତି। ଏହା ବିରୋଧରେ ସହଯୋଗ କାମନା କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିବାଲ ବିରୋଧୀ ରାଜନୈତିକ ନେତାଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି – କେନ୍ଦ୍ର ସରକାରଙ୍କ ଏହି ଅଧ୍ଯାଦେଶ କେବଳ ଦିଲ୍ଲୀର ନିର୍ବାଚିତ ସରକାର ନୁହେଁ, ସମ୍ବିଧାନ, ଗଣତନ୍ତ୍ର ଓ ନ୍ଯାୟାଳୟର ସ୍ଵାଧିକାର ଉପରେ ଆକ୍ରମଣ ବୋଲି ସେ କହିଛନ୍ତି। ଇତିମଧ୍ୟରେ ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ଓ ଏନସିପି ସୁପ୍ରିମୋ ଶରଦ ପାଓ୍ଵାରଙ୍କୁ ଭେଟି ସାରିଛନ୍ତି। ଉଭୟ ନେତା ତାଙ୍କୁ ସମର୍ଥନ କରିଛନ୍ତି ଓ ଏଦିଗରେ ଅନ୍ୟ ବିରୋଧୀ ଦଳ ନେତାଙ୍କ ସମର୍ଥନ ହାସଲ ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରୀ ପାଓ୍ଵାରଙ୍କୁ ଭେଟିସାରିଲା ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କେଜେରି କହିଥିଲେ ଯେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଦଳର ପ୍ରଭାବୀ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ସେ ଅନୁମତି ମାଗିଛନ୍ତି।
ଆଜି ସେ ରାହୁଲ ଓ ଖଡଗେଙ୍କୁ ଭେଟିବେ।

Leave A Reply

Your email address will not be published.