ବର୍ଷେକାଳ ଜେଲରେ ବନ୍ଦୀ ହୋଇଥିବା ଦିଲ୍ଲୀର ପୂର୍ବତନ ।ମନ୍ତ୍ରୀ ସତ୍ଯେନ୍ଦ୍ର ଜୈନଙ୍କୁ ଆଜି ସୁପ୍ରିମକୋର୍ଟ ୬ ସପ୍ତାହ ଜାମିନ ପ୍ରଦାନ କରିଛନ୍ତି, ତାଙ୍କ ବିରୋଧରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୧ ତାରିଖରେ ହେବ – ସେହି ସମୟ ପର୍ଯ୍ୟନ୍ତ ତାଙ୍କୁ ମଧ୍ଯବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ।
ଜାମିନ ଆବେଦନ ଉପରେ ଶ୍ରୀ ଜୈନଙ୍କ ଓକିଲ ଅଭିଷେକ ମନୁ ସିଙ୍ଗଭି ତାଙ୍କର ଅସୁସ୍ଥତା ବିଷୟ କୋର୍ଟଙ୍କୁ ଅବହିତ କରି ଜଣାଇଥିଲେ ଯେ ସତ୍ୟେନ୍ଦ୍ର ଏକ ବର୍ଷ ଜେଲରେ ଅଛନ୍ତି, ତାଙ୍କର ଓଜନ ବହୁତ କମି ଯାଇଛି – ବର୍ଷକ ମଧ୍ୟରେ ତାଙ୍କ ଶରୀରର ଓଜନ ୩୫ କିଲୋଗ୍ରାମ ହ୍ରାସ ପାଇଛି !
ଜାମିନ ମଞ୍ଜୁର କରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଜାମିନ ଅବଧି ସମୟରେ ଜୈନ କୌଣସି ସାକ୍ଷୀଙ୍କୁ ଭେଟିବେ ନାହିଁ, ସେ କୋର୍ଟଙ୍କ ଅନୁମତି ବିନା ଦିଲ୍ଲୀ ଛାଡିବେ ନାହିଁ ଓ ଜାମିନରେ ଥିବା କାଳରେ ସେ ଗଣମାଧ୍ୟମ ସହ କଥାବାର୍ତ୍ତା ମଧ୍ୟ କରିପାରିବେ ନାହିଁ !

Prev Post