ଜାମା ମସଜିଦରେ ପ୍ରବେଶ ପାଇଁ ମହିଳାମାନଙ୍କ ଉପରେ ଲାଗିଥିବା କଟକଣା ହଟିଲା

ଜାମା ମସଜିଦ କର୍ତ୍ତୃପକ୍ଷ ଏଇ କିଛିଦିନ ତଳେ କଟକଣା ଲଗାଇଥିଲେ ଯେ କୌଣସି ଜଣେ ମହିଳା ବା ଏକସଙ୍ଗେ ଆସୁଥିବା ଅନେକ ଗୁଡିଏ ମହିଳା ମସଜିଦ ଭିତରକୁ ପ୍ରବେଶ କରିପାରିବେ ନାହିଁ । ଯଦି ମହିଳା ମାନଙ୍କ ସହିତ ଘରର ଯେକୌଣସି ପୁରୁଷ ଆସିଥାନ୍ତି ତାହେଲେ ସେମାନେ ପ୍ରବେଶ କରିପାରିବେ। ମସଜିଦ ପ୍ରଶାସନ ତରଫରୁ କୁହାଯାଇଥିଲା କି ମହିଳା ମାନେ ଏଠାକୁ ଆସି ଫୋଟୋ ଏବଂ ନୁର୍ତ୍ୟ ର ଭିଡ଼ିଓ କରି ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରୁଥିବାରୁ ଏହି କଟକଣା ଲାଗିଥିଲା । ଏଥିସହିତ ମସଜିଦର ଦ୍ୱାର ମାନଙ୍କରେ ନୋଟିସ ମଧ୍ୟ ଲାଗିଥିଲା । ତେବେ ଏହି କଟକଣା ଲାଗିବା ପରେ ବିଭିନ୍ନ ମହଲରୁ କଡା ପ୍ରତିକ୍ରିୟା ଆସିଥିଲା। ମସଜିଦ ପ୍ରଶାସନ ପକ୍ଷରୁ ଶାହି ଇମାମ ସହୟ ଅହମଦ ବୁଖାରୀ କହିଛନ୍ତି ଯେ ଐତିହ ସ୍ଥଳରେ କିଛି ଘଟଣା ଘଟିବାପରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ବୁଖାରୀ କହିଛନ୍ତି ଯେ ଜାମା ମସଜିଦ ଏକ ଉପାସନା ସ୍ଥଳ ଏବଂ ଲୋକମାନଙ୍କୁ ଏଠାକୁ ସ୍ବାଗତ କରାଯାଉଛି। ଗୋଟେ ଐତିହାସିକ ସ୍ଥଳରେ ଏଭଳି କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ନୁହେଁ। ଏଥିସହିତ ଶାହି ଇମାମ କହିଛନ୍ତି, ଯେ ଯେଉଁମମାନେ ପ୍ରାର୍ଥନା ପାଇଁ ଆସୁଛନ୍ତି ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେଉନି। ତେବେ ଗୁରୁବାର ସନ୍ଧ୍ୟାରେ ଏହି କଟକଣାକୁ ପ୍ରତ୍ୟାହାର କରିନେଇଛି ମସଜିଦ ପ୍ରଶାସନ ।

Leave A Reply

Your email address will not be published.