୨୦୨୩ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଇଜିପ୍ଟର୍‌ ରାଷ୍ଟ୍ରପତି

୨୦୨୩ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବାକୁ ଯାଉଛନ୍ତି ଇଜିପ୍ଟର୍‌ ରାଷ୍ଟ୍ରପତି ଅବ୍ଦୁଲ୍‌ ଫତା ଅଲ୍‌-ସିସି । ଭାରତ ତାର ୨୦୨୩ ସାଧାରଣତନ୍ତ୍ର ଦିବସ ଅବସରର ମୁଖ୍ୟ ଅତିଥି ଇଜିପ୍ଟର୍‌ ରାଷ୍ଟ୍ରପତି ଅବ୍ଦୁଲ୍‌ ଫତା ଅଲ୍‌-ସିସିଙ୍କୁ ନିମନ୍ତ୍ରଣ କରିଛି। ଏହା ରାଜନୈତିକ ଓ ସାମରିକ ସମ୍ପର୍କ ସୁଦୃଢ଼ କରିବାର ଉଦ୍ୟମ ବୋଲି ଭାରତ କହିଛି। ଇଜିପ୍ଟ ହେଉଛି ଆରବର ସବୁଠୁ ଜନ ବହୁଳ ରାଷ୍ଟ୍ର । ତାହା ସଙ୍ଗେ ସଂଗେ ଆଫ୍ରିକା ମହାଦେଶର ଦ୍ବିତୀୟ ବୃହତ୍‌ ଅର୍ଥନୀତି ହଉଚି ଇଜିପ୍ଟ । ଚଳିତ ବର୍ଷ ଉଭୟ ଦେଶ ସେମାନଙ୍କ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରିଛନ୍ତି। ଇଜିପ୍ଟ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିବା ଅର୍ଥ ଯେ ଆଗକୁ ଦିଲ୍ଲୀ-କାଇରୋ ସମ୍ପର୍କ ପ୍ରତି ବିଶେଷ ଗୁରତ୍ବ ଦିଆଯିବାକୁ ବୁଝାଉଛି ।

Leave A Reply

Your email address will not be published.