ୟୁକ୍ରେନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଗୃହମନ୍ତ୍ରୀଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ

କିଭ୍‌: ୟୁକ୍ରେନର କିଭ୍‌ରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କୁହାଯାଉଛି। ଏହି ବିମାନ ଦୁର୍ଘଟଣାରେ ୟୁକ୍ରେନର ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିର୍କିଙ୍କର ବି ମୃତ୍ୟୁ ହୋଇଛି।

ରିପୋର୍ଟ ମୁତାବକ, ହେଲିକପ୍ଟର ଦୁର୍ଘଟଣା କିଭ ଠାରୁ ୨୦ ମିଟର ଦୂରରେ ଏକ ବାଳାଶ୍ରମ ପାଖରେ ହୋଇଛି। ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ଦୁଇ ପିଲାଙ୍କ ସହିତ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ମନ୍ତ୍ରଣାଳୟର ଅନେକ ଅଧିକାରୀ ରହିଛନ୍ତି ବୋଲି ନ୍ୟାସନାଲ ପୋଲିସର ମୁଖ୍ୟ ଇଗୋର କ୍ଲେମେକୋ କହିଛନ୍ତି। ଦୁର୍ଘଟଣା ପରେ ଆପତକାଳିନୀ ସେବା ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.