ସଡ଼କ ଦୁର୍ଘଟଣାରେ ସାୟର ୱାସିମ ବରେଲଭି ଆହତ

ଲୋକପ୍ରିୟ ଉର୍ଦ୍ଦୁ କବି ୱାସିମ ବରେଲଭି ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ହାପୁର ନିକଟ ଜାତୀୟ ରାଜପଥରେ ବରେଲଭିଙ୍କ କାର ଏକ ଡମ୍ଫରରେ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା, ଏଥିରେ ୮୨ ବର୍ଷୀୟ ବରେଲଭିଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ତାଙ୍କୁ ଦିଲ୍ଲୀସ୍ଥିତ ବିଏଲ୍‌କେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ବାମ ହାତ ଓ କାନ୍ଧରେ ଆଘାତ ଲାଗିଥିବା ଏକ୍ସ-ରେ ରିପୋର୍ଟରୁ ଜଣାପଡିଛି, ତେବେ ସେ ବିପଦମୁକ୍ତ ଥିବା ମେଡିକାଲ ସୂତ୍ରରୁ କୁହାଯାଇଛି। କାରରେ ତାଙ୍କ ସହ ଥିବା ତାଙ୍କର କବିବନ୍ଧୁ ଅକିଲ ନୋମାନି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କୁହାଯାଇଛି।

Leave A Reply

Your email address will not be published.