ବିଶ୍ଵକପ ହକିରେ ଭୂଲଭଟକା

ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଗତକାଲି ଏକ ଗୁରୁତର ପରିଚାଳନାଗତ ତୃଟି ସାମ୍ନାକୁ ଆସିଛି। ମଙ୍ଗଳବାର ଦିଡ ପୁଲ୍-ବିର ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ମ୍ଯାଚରେ ଗୋଟିଏ ସମୟରେ ଜାପାନର ୧୨ଜଣ ଖେଳାଳି ପଡିଆରେ ଖେଳୁଥିବାର ଦେଖାଯାଇଥିଲା। ଖେଳର ନିୟମ ଅନୁସାରେ ପଡିଆରେ କୌଣସି ବି ସମୟରେ ଗୋଟିଏ ଟିମରୁ ୧୧ରୁ ଅଧିକ ଖେଳାଳି ରହିପାରିବେ ନାହିଁ । ଅବଶ୍ୟ ଦମଦାର ପ୍ରଦର୍ଶନ କରି ଦକ୍ଷିଣ କୋରିଆ ଜାପାନକୁ ୨-୧ ଗୋଲରେ ପରାସ୍ତ କରିଛି। ମାତ୍ର ଜାପାନର ୧୨ ଜଣ ଖେଳାଳି ମ୍ଯାଚ ଖେଳୁଥିବାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା, ତାହା ଉପରେ ତଦନ୍ତ ଆରମ୍ଭ ହୋଇଛି । ଏଫଆଇଏଚ ମଧ୍ୟ ଏହାର ତଦନ୍ତ ନିର୍ଦ୍ଦେଶ ନେଇଛି। ମ୍ୟାଚ ରେଫରୀଙ୍କୁ ମଧ୍ୟ ଏ ନେଇ ପଚରା ଉଚରା କରାଯାଇଛି। ଭୁଲ ଜାଣିବା ପରେ ଜାପାନ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛି। ଗୋଲକିପର ପରିବର୍ତନ ବେଳେ ଏପରି ହୋଇଯାଇଛି ବୋଲି କହିଛି ଜାପାନ।

Leave A Reply

Your email address will not be published.