ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ

ଇଣ୍ଡୋନେସିଆରେ ହୋଇଛି ଭୟଙ୍କର ଭୂମିକମ୍ପ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ମାଲୁକୁ ଦ୍ୱୀପ ନିକଟ ସମୁଦ୍ର ଭିତରେ ଭୂମିକମ୍ପ ହୋଇଥିବା ଯୋଗୁ ସୁନାମୀ ଆଲର୍ଟ ଜାରି ହୋଇଛି। ପୂର୍ବ ଇଣ୍ଡୋନେସିଆର ଉତ୍ତରପଶ୍ଚିମରେ ଅବସ୍ଥିତ ହାଲ୍‌ମାହେରା ଦ୍ୱୀପଠାରୁ ୧୫୦ କିଲୋମିଟର୍ ଦୂର ଭୂଗର୍ଭର ୪୮ କିଲୋମିଟର୍ ଅଭ୍ୟନ୍ତରରେ ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିବା ଜଣାପଡ଼ିଛି। ଉପକୂଳରେ ବିପଜ୍ଜନକ ସୁନାମୀ ଆସିବା ସମ୍ଭାବନା ରହିଛି ବୋଲି ସତର୍କ କରାଇ ଦିଆଯାଇଛି। ପୁଣିଥରେ ଭୂମିକମ୍ପ ଆସିବା ସମ୍ଭାବନା ଥିବା ମଧ୍ୟ ଇଣ୍ଡୋନେସିଆର ମେଟ୍ରୋଲୋଜି କ୍ଲାଇମାଟୋଲଜି ଆଣ୍ଡ ଜିଓଫିଜିକ୍ସ ଏଜେନ୍ସି ସତର୍କ କରାଇଛି। ଭୂମିକମ୍ପ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇ ଭୟରେ ଘର ଛାଡି ବାହାରକୁ ଚାଲି ଆସୁଛନ୍ତି। ଏହାପୂର୍ବରୁ ନଭେମ୍ବର ୨୧ ତାରିଖରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାର ପଶ୍ଚିମ ଜାଭା ଅଞ୍ଚଳରେ ୫.୬ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏଥିରେ ୬୦୨ ଜଣଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.