ପ୍ରଥମ ଦିନିକିଆରେ ଶୁବମାନଙ୍କ ଦମଦାର ୨୦୮

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ପ୍ରଥମ ଦିନିକିଆ କ୍ରିକେଟ ମ୍ଯାଚରେ ଭାରତ ୮ ଓ୍ଵିକେଟ୍ ହରାଇ ବିଶାଳ ୩୪୯ ରନ କରିଛି। ଓପନର ଶୁବମାନ ଗିଲ୍ ଦେଖାଇଛନ୍ତି ଆକ୍ରମକ କମାଲ, କିଓ୍ଵି ବୋଲରଙ୍କୁ ନିର୍ଧୁମ ପ୍ରହାର କରି ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ସେ ହାସଲ କରିଛନ୍ତି ଦ୍ଵିଶତକ, ୨୦୮ ରନର ଦମଦାର ଇନିଂସ ଖେଳିଛନ୍ତି ସେ। ରୋହିତ ଶର୍ମା ୩୪ ରନ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୩୧ ରନ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ନ୍ୟୁଜିଲାଣ୍ଡ ସାମ୍ନାରେ ୩୫୦ ରନର ବିଜୟ ଲକ୍ଷ୍ୟ ରହିଛି।

Leave A Reply

Your email address will not be published.