ବର୍ଷ ବର୍ଷ ଧରି ଯୌନ ଶୋଷଣର ଶୀକାର ହେଉଛନ୍ତି ମହିଳା କୁସ୍ତି ତାରକା

କୁସ୍ତିକ୍ରିଡା ମହାସଂଘ(Wrestling Federation)ର ସଭାପତି ବ୍ରିଜ ଭୂଷଣ ଶର୍ମାଙ୍କ ବିରୋଧରେ ଯୌନ ଶୋଷଣର ଗୁରୁତର ଅଭିଯୋଗ ଆଣିଛନ୍ତି କମନଓ୍ଵେଲଥ କୁସ୍ତି ଓ ଏସିଆନ ଗେମ୍ସରେ ସ୍ଵର୍ଣ୍ଣ ପଦକ ବିଜୟିନୀ ଭାରତୀୟ ମହିଳା କୁସ୍ତି ତାରକା ଭିନେଶ୍ ଫୋଗତ, ଏହାକୁ ନେଇ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ ଦେଶର ବହୁ ପ୍ରମୁଖ ମହିଳା କୁସ୍ତିବିତମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀ କରି ଫୋଗତ କହିଛନ୍ତି ଯେ ଭାରତୀୟ ମହିଳା କୁସ୍ତିକ୍ରିଡା ମହାସଂଘର ସଭାପତି ଶ୍ରୀ ଶର୍ମା ବର୍ଷ ବର୍ଷ ଧରି ଖେଳାଳୀ ଓ ପ୍ରଶିକ୍ଷିକାମାନଙ୍କୁ ଯୌନ ଶୋଷଣ କରି ଆସୁଛନ୍ତି, ଫୋଗତଙ୍କ ସହିତ ବିଶିଷ୍ଟ ମହିଳା କୁସ୍ତି ତାରକା ବଜରଙ୍ଗ ପୁନିଆ, ସଙ୍ଗୀତା ଫୋଗତ, ସୋନମ ମଲ୍ଲିକ ଓ ଅଂଶୁ ମଲ୍ଲିକ ପ୍ରମୁଖ ବ୍ରିଜ ଭୂଷଣଙ୍କ କଳା କାରନାମା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାକୁ ନେଇ ଆଜି ସାରା ଦେଶ ପଡୁଛି ଉଠୁଛି !

Leave A Reply

Your email address will not be published.